ଜୀବନର ବାସ୍ତବତା କେମିତି ?

ଜୀବନର ବାସ୍ତବତା କେମିତି ?

ଆଜ୍ଞା ନମସ୍କାର,
ଜୀବନର ଛୋଟ କଥାର ବଡ ବି·ରକୁ ନେଇ ‘ଅମୃତ ବିନ୍ଦୁ'ର ଉପସ୍ଥାପନା ।'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ । ଆଜି ଜାଣିବା ଛୋଟ ଘଟଣାର ବଡ଼ ଦିଗ ବାବଦରେ କେତେକ କଥା । ଏକଥାକୁ ଆପଣ ଗ୍ରହଣ କରନ୍ତୁ, ହୃଦୟଙ୍ଗମ କରନ୍ତୁ ଆଉ ବି·ର କରନ୍ତୁ ।
ସବୁ ଜୀବନରେ ଭଲ, ମନ୍ଦ ଅଛି । ଭଲ-ମନ୍ଦ, ଆଲୁଅ-ଅନ୍ଧାର, ସୁଖ-ଦୁଃଖର ସମାହାରରେ ଏ ଜୀବନ । କାହା ଜୀବନରେ ଖାଲି ଭଲ ବୋଲି ନାହିଁ, କି କାହା ଜୀବନ ଖାଲି ମନ୍ଦ ବୋଲି ନାହିଁ । ଏହା ହେଉଛି ଜୀବନର ବାସ୍ତବତା । ଆଉ ଜୀବନର ଏଇ ବାସ୍ତବତାରେ ଆମକୁ ପଥର ଭଳି ହେବାକୁ ପଡିବ । ପତରଟେ ଭଳି ନମନୀୟ ହୋଇଗଲେ ଚଳିବନି । ପତର ଭଳି ହେଇଗଲେ ଲୋକେ ହସନ୍ତି । ଦୃଢତା ହିଁ ଜୀବନ ।
ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟ ଏକ ସୀମାବଦ୍ଧ ଜୀବନ ଯାପନ କରେ । ଅର୍ଥ ଉପାର୍ଜନ, ଶାରୀରିକ ଶକ୍ତି, ଦକ୍ଷତା, ଜ୍ଞାନ ଅର୍ଜନ, କୌଶଳ ପ୍ରୟୋଗ, ରୋଗ ହେଲେ ଚିକିତ୍ସା ଭଳି ଅନେକ କ୍ଷେତ୍ରରେ ମନୁଷ୍ୟ ଏ ସୀମା ଭିତରେ ବଞ୍ଚେ । ସୀମା ଭିତରୁ ବାହାରି ଯାଇ ନିଜକୁ ଅସୀମ ବୋଲି ଭାବିବା କେବଳ ପାଗଳାମି ଛଡା ଆଉ କିଛି ନୁହେଁ । ଯେହେତୁ ମନୁଷ୍ୟ ପ୍ରତ୍ୟେକ କ୍ଷେତ୍ରରେ ସୀମିତ ତେଣୁ ଯେତେ ଇଚ୍ଛା କରିଲେ ମଧ୍ୟ ତାର ସବୁ ଇଚ୍ଛା ପୂରଣ ହୋଇପାରିବ ନାହିଁ ଏବଂ ପରିସ୍ଥିତି ନିକଟରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ । ପ୍ରକୃତି ମଧ୍ୟରେ ମନୁଷ୍ୟ ଏକ କ୍ଷୁଦ୍ର ପ୍ରାଣୀ । ପ୍ରକୃତିର ଏକ ଅଂଶ । ପ୍ରକୃତିର ନିୟନ୍ତ୍ରଣକାରୀ ନୁୁହେଁ । ତେଣୁ ମନୁଷ୍ୟ ଯେତେ ଯାହା ଚେଷ୍ଟା କରିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସେ ସୀମାବଦ୍ଧ ହୋଇ ରହିବ ଏବଂ ଏହି ସୀମାରୁ ସେ ବାହାରକୁ ଯାଇପାରିବ ନାହିଁ । ତେଣୁ ଜୀବନ କହିଲେ କେବଳ ସୁଖ କିମ୍ବା କେବଳ ଭଲ ନୁହେଁ ୟ ସୁଖ-ଦୁଃଖ, ଭଲ-ମନ୍ଦ, ଜୟ-ପରାଜୟ, ହସ-ଲୁହ ଏସବୁକୁ ନେଇ ମନୁଷ୍ୟର ଜୀବନ । ଏସବୁ ଭିତରେ ମନୁଷ୍ୟ ବଞ୍ଚôବାକୁ ଶିଖିବା ଉଚିତ ।

ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।