ନିଖୋଜ ଯୁବକଙ୍କ ମୃତ ଦେହ କେନାଲରୁ ଉଦ୍ଧାର

 ସୁକିନ୍ଦା:  କାଳିଆପାଣି ଥାନା ଅଂଚଳର ଜଣେ ଯୁବକଙ୍କ ମୃତଦେହ କାଦୁ୍ୱବନ୍ଦୀ ନିକଟ ରେଙ୍ଗାଲୀ କେନାଲରୁ ଉଦ୍ଧାର ହୋଇ ଛି । ଜବତ ମୃତଦେହ କାଦୁଅବନ୍ଦି ଗ୍ରାମ ବିପ୍ଲବ ବେହେରା ହୋଇଥିବା ବେଳେ ତିନିଦିନ ହେବ ନିଖୋଜ ଥିଲେ । କାଦୁ୍ୱବନ୍ଦୀ ରେଙ୍ଗାଲି କେନାଲରେ ବିପ୍ଲବଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କାଳିଆପାଣି ପୁଲିସକୁ ଖବର ଦେଇଥିଲେ । ପୁଲିସ  ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ୫/୨୦୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜୁକରି ବୁଧବାର ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ କରୁଛି ।