ଚୋରି ସାମଗ୍ରୀ ଉଦ୍ଧାର, ୨ କୋର୍ଟ ଚାଲାଣ

ବ୍ରହ୍ମବରଦା:  ବୁଧବାର ବ୍ରହ୍ମବରଦା ପୁଲିସ ଗଲା ୩ ମାସ ମଧ୍ୟରେ ଚୋରି ହୋଇଥିବା ବିଭିନ୍ନ ସମାଗ୍ରୀ ଉଦ୍ଧାର କରିବା ସହ ଚୋରିରେ ଲିପ୍ତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ବ୍ରହ୍ମବରଦା ଥାନା ଅଧିନବୀରଭାନପୁର ଗ୍ରାମର ପ୍ରକାଶ ଦାସଙ୍କ ପୁଅ ବିଶ୍ୱଭୁଷଣ(୨୩)   ଓ ଅର୍ଥଙ୍ଗା ପଂଚାୟତ ଅଳପୁଆ ଗ୍ରାମର କପିଳା ନାୟକଙ୍କ ପୁଅ ସନାତନ(୪୨) ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ ବିଶ୍ୱଭୁଷଣ ଜଣେ ରୋଷେୟା ଭାବେ କାମ କରୁଥିବା ବେଳେ ମାଲିକର ଅଜାଣତରେ ଘରୁ ମଉକା ଦେଖି ବିଭିନ୍ନ ସାମଗ୍ରୀ ଚୋରିକରି ସନାତନକୁ ବିକ୍ରୟ କରିଥାଏ । ଗତବର୍ଷ ଅକ୍ଟୋବର ମାସ ୨୪ ତାରିଖ ରାତିରେ ଭାଡିଶାସନ ଗ୍ରାମର ଶ୍ରୀଧର ଭାରତୀଙ୍କ ଦୋକାନରୁ ବହୁ ସମାଗ୍ରୀ ସହ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ ଥାନାରେ ମାମଲା ରୁଜୁ କରିଥିଲା । ସେହିପରି ୨୦୨୪ ଅକ୍ଟୋବର ମାସ ୨୮ରେ  ଲଙ୍କା ବାଲିସାହି ଗ୍ରାମର ନବିନ ମିଶ୍ରଙ୍କ ଦୋକାନରୁ ୫ଗୋଟି ସିଲେଇ ମେସିନ ସହି ୨ଗୋଟି ଷ୍ଟାଣ୍ଡଫ୍ୟାନ ଚୋରି ହୋଇଥିଲା । ଉକ୍ତ ଘଟଣାରେ ବ୍ରହ୍ମବରଦା ପୁଲିସ  ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ଚଳିତ ବର୍ଷ ମଧ୍ୟ ଜାନୁୟାରୀ ୧ରେ କୋଠାସାହି ଗ୍ରାମରେ ଥିବା ଶିବ ମନ୍ଦିରରୁ ୨ଟି ପିତଳ ବାସୁଆ ବଳଦ, ୧ଟି ବାଲଟି, ୧ ଲୋଟା, ୨ଟି ପିତଳ ଥାଳି ରୋଷେଇ ହାଣ୍ଡି ଚୋରି ହୋଇଥିବା ବେଳେ ତାରିଣୀ ମନ୍ଦିରରୁ ମଧ୍ୟ ସମାନ ଢଙ୍ଗରେ ରୂପା ଥାଳି, ମା'ଙ୍କ ଚିତା, ଚକ୍ଷୁ, ନାଶା ଏବଂ ଗ୍ରାମଦେବତୀ ମନ୍ଦିରରୁ ରୁପା ଚାନ୍ଦ,ଚକ୍ଷୁ, ଚିତା, ନାସା  ଆଦି ବିଭିନ୍ନ ଅଳଙ୍କାର ଚୋରି ହୋଇଥିଲା । ଯାହାକୁ ନେଇ ପୁଲିସ  ମାମଳା ରୁଜ୍ଜୁ କରି ଘଟଣାକୁ ଗୁରୁତ୍ୱର ଭାବେ ନେଇ ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ରାତିରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ବିଶ୍ୱଭୁଷଣକୁ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚରା କରି ଜଣିବାକୁ ପାଇଥିଲା ଯେ ଚୋରି ହୋଇଥିବା ସାମଗ୍ରୀ ସବୁ ସନାତନକୁ ବିକ୍ରି କରିଛି । ବିଳମ୍ବିତ ରାତିରେ ପୁଲିସ ତାକ୍ୁ ଘରୁ ଗରଫ କରି ପିତଳ ନୋଟା ୧ଟି, ପିତଳ ଥାଲି ୨ଟି ଏବଂ ଉଷା ସିଲେଇ ମିଶିନ୨ ଟି ଜବତ କରି ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।