ପୁଣି ବିଜୟ ଟିକା ପିନ୍ଧିଲେ ଧ୍ରୁବ


 ପଟ୍ଟାମୁଣ୍ଡାଇ: ସାଧାରଣ ନିର୍ବାଚନରେ ରାଜନଗର ନିର୍ବାଚନ ମଣ୍ଡଳିରୁ ଦ୍ୱିତୀୟଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି ଧୃବ ସାହୁ । ଭାରତ ସମେତ ଓଡିଶାରେ ମଧ୍ୟ ବିଜେପିର ସୁନମୀ ହୋଇଛି । କିନ୍ତୁ ରାଜନଗର ନିର୍ବାଚନ ମଣ୍ଡଳିରୁ କ୍ରମାଗତ ଦ୍ୱିତୀୟ ଥର ବିଧାୟକ ଭାବେ ବିଜୁ ଜନତାଦଳରୁ ଧୃବ ସାହୁ ପ୍ରାୟ ୨୪ ହଜାରରୁ ଉଦ୍ଧ୍ୱର୍ ଭୋଟରେ ବିଜୟୀ ହୋଇଛନ୍ତି । ଧୃବ ପ୍ରଥମେ ୨୦୧୪ ମସିହା ସାଧାରଣ ନିର୍ବାଚନ ଲଢି ମାତ୍ର ୩୦୦୦ ସ୍ୱଳ୍ପ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ଏବଂ ୨୦୧୯ ମସିହାରେ ନିର୍ବାଚନ ଲଢି୨୦ହଜାରରୁ ଉଦ୍ଧ୍ୱର୍ ଭୋଟରେ ବିଜୟୀ ହୋଇଥିଲେ । ସେଥିପାଇଁ ଦଳ ୩ୟଥର ପାଇଁତାଙ୍କ ଉପରେ ଭରଷାକରି ତୃତୀୟ ଥରପାଇଁ ବିଧାୟକ ପ୍ରାର୍ଥିଭାବେ ଲଢିବାକୁଟିକେଟ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ଧୃବରାଜନଗରରୁ ୨ୟ ଥର ବିଜୟଟିକା ପିନ୍ଧିଛନ୍ତି । ଧୃବ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଞ୍ଚଳରେ ବହୁତ ଜନହିତକର କାର୍ଯ୍ୟ କରିଥିବା ସାଧାରଣରେ ଆଲୋଚନା ହେଉଛି ।