ଖଣ୍ଡପଡ଼ା-ବନମାଳୀପୁର ରାସ୍ତା ମରାମତି ଦାବି

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ଜେଲ୍ଖାନା ଛକଠାରୁ କୁସୁମୀ ସେତୁ ଦେଇ ଯାଉଥିବା ରାସ୍ତା ବନମାଳୀପୁର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଯାଇ ଖାଲ ସୃଷ୍ଟି ହୋଇଥିବାରୁ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଖାଲ ହୋଇ ନଷ୍ଟହୋଇଯାଇଛି । ଏହି ରାସ୍ତା ଦେଇ ଦୈନିକ ୫ ଟି ଗ୍ରାମର ଲୋକମାନେ ଯାତାୟତ କରିଥାନ୍ତି । ରାସ୍ତାର ଏପାଖ ସେପାଖରେ ବର୍ଷା ଯୋଗୁଁ ପାଣି ରେ ମାଟିଧୋଇ ହୋଇ ରାସ୍ତାଟି ନଷ୍ଟହୋଇ ଯାଇଛି । ଯାତାୟାତ କରୁଥିବା ଗାଡି ଓ ସାଇକେଲରେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାରୁ ଜନସାଧାରଣ ଅଭିଯୋଗ କରିଛନ୍ତି ଯେ, ଏହି ରାସ୍ତାଟିର ରକ୍ଷଣାବେକ୍ଷଣ ନିମନ୍ତେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ରାସ୍ତାର ମରାମତି କାର୍ଯ୍ୟ ପ୍ରତି ତୁରନ୍ତ ପଦକ୍ଷେପ ନିଆ ନ ଗଲେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟହୋଇ ଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାରୁ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ  ଏହି ଦିଗରେ ବିଭାଗିୟ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ପ୍ରକାଶ ଥାଉ କି ଉକ୍ତ ରାସ୍ତାଟି  ଖଣ୍ଡପଡ଼ା ସହରର ଠାରୁ ବନମାଳୀପୁର, କାଚେରାସାହି ଛକରେ ମିସିଥିବାରୁ ଖଣ୍ଡପଡ଼ା ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ସହର୍ଯ୍ୟରେ ଅଳ୍ପ ସମୟ ମଧ୍ୟରେ ପହଂଚି ହେଉଥିବାରୁ ଏହି ରାସ୍ତା ତିଆରି କରାଯାଇଥିଲା । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ସହ ରାସ୍ତା ମରାମତି କାର୍ଯ୍ୟ କରାଯିବାକୁ ସାଧାରଣରେ ଦାବି କରିଛନ୍ତି ।