ପଟ୍ଟା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ନୀଳଗିରି: କୁଲଡିହା ଅଭୟାରଣ୍ୟରେ ବହୁ ଦିନରୁ ଦଖଲ ରେ ଥିବା ଆଦିବାସୀଙ୍କୁ ପଟ୍ଟା ଦେବା ପାଇଁ ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟ, ନୀଳଗିରି ଆଂଚଳିକ କମିଟି ତରଫରୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୁଲଡିହା ଓ ନୀଳଗିରି ଜଙ୍ଗଲରେ ବହୁ ଦିନରୁ ଲୋକମାନେ ବାସ କରି ରହିଆସୁଛନ୍ତି । ସରକାରଙ୍କ ନିୟମ ଅନୁସାରେ ଯେଉଁମାନେ ଦୀର୍ଘ ଦିନରୁ ଦଖଲ କରି ରହୁଛନ୍ତି । ସେମାନଙ୍କୁ ତଦନ୍ତ କରି ପଟ୍ଟା ଦେବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରିବା କଥା । ସେଥିପାଇଁ ପ୍ରତି ଗ୍ରାମରେ ଜଙ୍ଗଲ କମିଟି ରହିଛି । ଜଙ୍ଗଲ କମିଟିରେ ସଭାପତି ଓ ସମ୍ପାଦକ ରହି କମିଟି ଗଠନ ହୋଇଛି । କିଛି ସ୍ଥାନରେ ସଭାପତି ଓ ସମ୍ପାଦକ କମିଟିର ବିନା ମଞ୍ଜୁରୀରେ ଚଞ୍ଚକତା କରି ଭୁଲ ଦସ୍ତଖତ କରି ପ୍ରଶାସନକୁ ଅବଗତ କରାଇଛନ୍ତି । ସଜନାଗଡ ପଞ୍ଚାୟତରେ ଭାଲୁକୁଣି ଗ୍ରାମରେ ଏଭଳି ପରିଲକ୍ଷିତ ହୋଇଛି । ସେଠାରେ ଦାଖଲ କରିଥିବା ଲୋକଙ୍କ ନାମକୁ ନ ଦେଇ ଜଳେଶ୍ୱରର ଗୋଟିଏ ଲୋକର ନାମକୁ ଦେଇଛନ୍ତି । ସେ ଲୋକ ସେଠାରେ ଫାର୍ମ ହାଉସ କରିବ । ସେଥିପାଇଁ ଭାଲୁକୁଣି ଗ୍ରାମ ର ଲୋକମାନେ ସିପିଆଇ (ଏମ) ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି । ତେବେ ଉପଜିଲ୍ଲାପାଳ ଓ ତହସିଲଦାର ଉକ୍ତ ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।