କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ 

ରାଜକନିକା: ଗୁଆଳିଗାଁ ଠାରେ ଚାଲିଥିବା ପ୍ରଗତୀ କ୍ଲବ ପ୍ରାୟୋଜିତ ଚତୁର୍ଥ ବାର୍ଷିକ ମଳୟ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଏହି ଖେଳରେ ବାବା ରଘୁନାଥ ଜୀଉ କ୍ରିକେଟ ଟିମ୍ କୋଇଲିପୁର ବୀଣାପାଣି କ୍ରିକେଟ ଟିମ୍କୁ ୪ ୱିକେଟରେ ପରାସ୍ତ କରି ଚାମ୍ପିଅନ ହୋଇଛି । ମହୁରୀଗାଁ ପ୍ରଥମେ ବ୍ୟାଟିଂ କରି ୧୦୮ ରନ କରିଥିବାବେଳେ, କୋଇଲିପୁର ୧୬ ଓଭରରେ ୧୦୯ ରନ କରି ବିଜୟ ଲାଭ କରିଛି । ଯୁବ ସଂଗଠକ ପବିତ୍ର ରାଉତଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ ଓ ସମ୍ମାନିତଅତିଥି ସରପଞ୍ଚ ମନୋରମା ନାୟକ, ସମିତିସଭ୍ୟ ନମିତା ନାୟକ, ସମାଜସେବୀ ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ବିଜେତା ଦଳ ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବିଜ୍ଞାନ ଦାସ ଓ ଲିଙ୍କନ ମହାକୁଡ଼ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାଚ ଅଫ ଦି ସିରିଜ ହୋଇଥିଲେ । ପ୍ରଗତି କ୍ଲବ୍ ମ୍ୟାନେଜର ଶ୍ରୀରାମ ନାୟକ ପରିଚାଳନା କରିଥିବାବେଳେ, ରାକେଶ ବେହେରା, ପ୍ରଦୀପ ମାଝୀ, କିଶୋର ବେହେରା, ସମର ବେହେରା, ଯୋଗେଶ ନାୟକ, ସଞ୍ଜୟ ରାଉତ, କିଣୁଚରଣ ବେହେରା, ପ୍ରକଶ ରାଉତ, ବିକାଶ ନାୟକ, ପିତାମ୍ବର ବେହେରା ପ୍ରମୁଖ ରହିଥିଲେ ।