ଆନ୍ତର୍ଜାତିକ ମହିଳା ଦିବସ : ନିଜ ଶକ୍ତିକୁ ଚିହ୍ନିବା ଆଜିର ଆହ୍ୱାନ

ମୀରା ବେଉରା : କେବଳ ଭାରତବର୍ଷରେ ନୁହେଁ ସମଗ୍ର ପୃଥିବୀରେ ଯଦିଓ ନାରୀ ଓ ପୁରୁଷ ସମାନ ଏହି ପ୍ରତିଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ବିଶ୍ୱ କିନ୍ତୁ ପ୍ରକୃତରେ କାର୍ଯ୍ୟକ୍ଷେତ୍ରରେ ଏହା କେତେ ଯୁକ୍ତିଯୁକ୍ତ ଭାବରେ ପାଳନ କରାଯାଉଛି ତାହା ୨୦୧୩ ମସିହାର ବିଭସô କାହାଣୀରୁ ଜଣାଯାଇଥାଏ । କେବଳ ଦିଲ୍ଲୀର କାହାଣୀ ନୁହେଁ; ଦିଲ୍ଲୀରୁ ସୁରତ ପର୍ଯ୍ୟନ୍ତ ନାରୀର ଜୀବନ ଯାତ୍ରାରୁ ଏହା ସମ୍ପୂର୍ଣ୍ଣ ବାରି ହୋଇ ପଡ଼େ । ଉତ୍ତର ପ୍ରଦେଶର ହାଥରସରୁ ହରିୟାନାର ଫରିଦାବାଦ ପର୍ଯ୍ୟନ୍ତ ଯଦିଓ ଭାରତବର୍ଷ ସମଗ୍ର ବୃଥିବୀରେ ପ୍ରଥମେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲା ସ୍ୱାଧୀନତାର ୭୪ବର୍ଷ ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଗୋଟିଏ ଆଖିଦୃଷ୍ଟିଆ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ହୋଇପାରୁନାହିଁ; ଏହା ହିଁ ଦୁଃଖ ଏବଂ କ୍ଷୋଭର ବିଷୟବସ୍ତୁ । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଗୋଟିଏ ଜାତି ଜନସଂଖ୍ୟାର ଅଦେ୍ର୍ଧକ ମହିଳାମାନଙ୍କୁ ସେମାନଙ୍କର ବଞ୍ଚôବାର ଅଧିକାର ଦେବାପାଇଁ ଏତେ କାର୍ପଣ୍ୟ ଭାବ ଉଦାସୀନ କାହିଁକି? ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ, ସ୍ୱୟଂ ସୃଷ୍ଟିର ପ୍ରତୀକ । ସେ ଚାହିଁଲେ ସେ ଆତ୍ମବଳ ଯୁକ୍ତ ହୋଇ ସମାଜର ତଥା ଦେଶର ପରିପୂର୍ଣ୍ଣତା ଆଣି ପାରିବ । ତାର ଦୟା, ତ୍ୟାଗ, ପ୍ରେମ, ସେବା, ସମ୍ବେଦନଶୀଳତା ସମାଜରେ ତଥା ରାଷ୍ଟ୍ରରେ ନିଶ୍ଚିତ ପରିବର୍ତ୍ତନ ଆଣିପାରିବ ।
ସବୁଠୁ ଦୁଃଖର କଥା ହେଲା ଏହା ଜାଣି ମଧ୍ୟ ଦେଶ ଗଠନରେ ସେମାନଙ୍କର ଶକ୍ତିକୁ ଉପେକ୍ଷିତ କାହିଁକି କରାଯାଉଛି । ଏହି ନାରୀ ପୁରାଣରେ କେବେ ସୀତା, କେବେ ସାବିତ୍ରୀ, କେବେ ମହିଷାମର୍ଦ୍ଧିନୀ ଦୁର୍ଗା । କେବଳ ପୁରାଣ ନୁହେଁ ଆଧୁନିକ ଭାରତବର୍ଷରେ ମଧ୍ୟ ନାରୀ ଯୁଗେଯୁଗେ ଝାନ୍ସୀରାଣୀ ଲକ୍ଷ୍ମୀବାଇ, ପୁନ୍ଦୁଲିବାଇ, କସ୍ତୁରବାଗାନ୍ଧି, ମୀରାବାଇ, ରାଣୀ ଦୁର୍ଗାବତୀ, ଇନ୍ଦିରାଗାନ୍ଧି, ମା’ ରମାଦେବୀ, ସରଳାଦେବୀ ଆଦି ନାରୀଶକ୍ତିଙ୍କ ଗୌରବରେ ଭାରତବର୍ଷର ଇତିହାସ ଗୌରବାନ୍ୱିତ । ଯୁଗେଯୁଗେ ସେ ଚିରବନ୍ଦନୀୟା ଏବଂ ଚିରସମ୍ମାନିତା । ଆଜି ମଧ୍ୟ ନିଜର ସ୍ତ୍ରୀ ଶକ୍ତିକୁ ଯଥାସମ୍ଭବ ନାରୀ ପରିବାର, ସମାଜ ଏବଂ ରାଷ୍ଟ୍ର ଗଠନରେ ସଂପୂର୍ଣ୍ଣ ବିନିଯୋଗ କରି ନିଜକୁ ସ୍ୱୟଂସମ୍ପୂର୍ଣ୍ଣ ଭାବେ ଗଢ଼ି ତୋଳି ସମାଜରେ ପ୍ରତିଷ୍ଠିତ କରିବାପାଇଁ ସଂଘର୍ଷ ଏବଂ ପ୍ରୟାସ ଜାରି ରଖିଛି । କିନ୍ତୁ ଦୁର୍ଭାଗ୍ୟବଶତଃ କେତେଗୁଡ଼ିଏ ସାମାଜିକ ସମସ୍ୟା ନାରୀର ସ୍ଥିତିକୁ ସଙ୍କଟାପନ୍ନ କରି ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । ନାରୀଟିର ଏହି ସ୍ଥିତି ଦିନକୁ ଦିନ ବୃଦ୍ଧିପାଇ ତାର ସାମାଜିକ ଜୀବନକୁ ଧରାଶାୟୀ କରି ଦେଇଛି । ତାର ଏହି ଦୁଃସ୍ଥିତି ସଂକଟପୂର୍ଣ୍ଣ ପରିସ୍ଥିତି ପାଇଁ ଦାୟୀ କିଏ? ଏହି ପ୍ରଶ୍ନ ଜଟିଳ ହେଲେ ମଧ୍ୟ ପ୍ରତ୍ୟେକ ସଭ୍ୟସମାଜ ଏହାର ଉତ୍ତଦାୟୀ । ସ୍ତ୍ରୀ ଶକ୍ତି ସଂପର୍କରେ ଏକ ବଦ୍ଧମୂଳ ଭ୍ରମାତ୍ମକ ଧାରଣା ରକ୍ଷଣଶୀଳ ସମାଜରେ ରହିଥିବାରୁ ସର୍ବଶକ୍ତିସମ୍ପର୍ଣ୍ଣା ନାରୀ ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ବହୁ ମାତ୍ରାରେ ଉପେକ୍ଷିତ । ଜାତିରପିତା ମହାତ୍ମାଗାନ୍ଧି ଏହି ପରିପ୍ରେକ୍ଷୀରେ କହିଥିଲେ ଯେଉଁ ଜାତି ତା’ର ମହିଳାମାନଙ୍କୁ ସମାଜ ଗଠନ ତଥା ରାଷ୍ଟ୍ର ଗଠନର କାର୍ଯ୍ୟରେ ଲଗାଇବାରେ ଅସମର୍ଥ, ସେ ଜାତି ସର୍ବଦା ଗୋଟିଏ ପାଦରେ ଚାଲୁଥାଏ । ସେ ଜାତି କଦାପି ବିକାଶ କରିପାରେ ନାହିଁ । ଗାନ୍ଧି, ଗୋପବନ୍ଧୁ, ବିବେକାନନ୍ଦ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସୁଭାଷ ଆଦି ଅନେକ ମହାପୁରୁଷ ନାରୀମାନଙ୍କୁ ଗୃହକୋଣର ପରଦା ଭିତରୁ ଆଣି ତାଙ୍କ ଶକ୍ତିକୁ ଚିହ୍ନି ତାଙ୍କୁ ବିକାଶର ପ୍ରତି କ୍ଷେତ୍ରରେ ବିନିଯୋଗ କରିଥିଲେ । ଏ ସମସ୍ତଙ୍କ ସ୍ୱପ୍ନ ଥିଲା ଏହି ମହିୟସୀ ନାରୀମାନେ ସୁନ୍ଦର ସନ୍ତାନ ସୃଷ୍ଟି କରି ଦେଶର ବିକାଶରେ ସାମିଲ୍ ହୁଅନ୍ତୁ । ଆଜି ଦେଶ ୭୬ତମ ସ୍ୱାଧୀନତା ଦିବସ ଅତିକ୍ରମ କରିବାକୁ ଯାଉଛି । ଅଥଚ ଏହା ସମ୍ଭବ ହୋଇପାରୁନାହିଁ ବରଂ ବିକାଶ ପରିବର୍ତ୍ତେ ନାରୀର ସ୍ଥିତି ଦିନକୁ ଦିନ ସମ୍ମାନଜନକ ନ ହୋଇ ଲଜ୍ଜାଜନକ ସ୍ଥିତିକୁ ଗତି କରୁଛି । ପ୍ରତ୍ୟେକ ସର୍ଭେରୁ ଜଣାପଡ଼ିଛି ଯେ ସେମାନେ ଆଜି ମଧ୍ୟ ନିର୍ଯାତିତ, ଅବହେଳିତ, ଶୋଷିତ, ପୀଡ଼ିତ ଏବଂ ନ୍ୟାୟ ପାଇବାରୁ ପୁରାପୁରୀ ବଞ୍ଚôତ । ଆଜି ମଧ୍ୟ ସେ ନିଜର ସ୍ଥିତିପାଇଁ ଲଢୁଛି । ଆଜି ମଧ୍ୟ ଅନେକ ନାରୀ ଶିକ୍ଷା ଲାଭରୁ ବଞ୍ଚôତ । ସାମାଜିକ ମର୍ଯ୍ୟାଦାପାଇଁ ସଂଘର୍ଷରତ ଓ ନିରକ୍ଷର । ନିଜକୁ ସୁରକ୍ଷା ଦେବାରେ ମଧ୍ୟ ନାରୀଟିଏ ଦୁର୍ବଳ । ମହିଳାଟିଏ ଯେତେ କାର୍ଯ୍ୟ କଲେ ମଧ୍ୟ ତାର ହିସାବ ରହେନାହିଁ । ରାଜନୈତିକ କ୍ଷେତ୍ରରେ ଯଦିଓ ତାଙ୍କ ପାଇଁ ସଂରକ୍ଷଣ ରହିଛି ତଥାପି ଅଧାଲୋକ ଏଥିରୁ ବଞ୍ଚôତ ହେଉଛନ୍ତି । ସ୍ଥାନ ସଂରକ୍ଷଣ ନହୋଇ ବରଂ ସେମାନଙ୍କ ଯୋଗ୍ୟତା ଅନୁଯାଇ ତାଙ୍କୁ ବ୍ୟକ୍ତିଗତ ଭାବେ ତାଙ୍କୁ ତାଙ୍କର ଯୋଗ୍ୟତା ମିଳୁ । ଆଜି ମଧ୍ୟ ମହିଳାମାନେ ଅନେକ ଗୃହକାର୍ଯ୍ୟ କରୁଥିବା ବେଳେ ସେମାନଙ୍କର କାର୍ଯ୍ୟର ହିସାବ ରହେନାହିଁ । ସବୁ ଅଧିକାର କେବଳ ପେପର ଓ ଫାଇଲ୍ ଭିତରେ ରହିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇ ପାରୁନି । ୨୦୦୪ ମସିହାର ମିଳିତ ଜାତିସଂଘ ମାନବ ବିକାଶ ବିବରଣୀ (ଟଦ୍ଭସଗ୍ଧରୟ ଘବଗ୍ଧସକ୍ଟଦ୍ଭଗ୍ଦ ଐଙ୍କଜ୍ଞବଦ୍ଭ ଊରକ୍ଟ୍ରଗ୍ଧ, ଜରକ୍ଟ୍ରକ୍ଟକ୍ସଗ୍ଧ, ୨୦୦୪) ଅନୁସାରେ ଯେତେବେଳେ ଉଭୟ ଅର୍ଥକାରୀ ନିଯୁକ୍ତି ଓ ମାଗଣା ଘରୋଇ କାମକୁ ହିସାବ କରାଯାଏ, ହାରାହାରି ଭାବେ ନାରୀମାନେ ପୁରୁଷମାନଙ୍କ ତୁଳନାରେ ହାରାହାରି ୨୦% ଅଧିକ କାମ କରନ୍ତି । ଦିନକୁ ଅତିରିକ୍ତ ୧୦୨ ମିନିଟ୍ର କାମ; କିନ୍ତୁ ଏହି କାମକୁ କେହି ହିସାବ କରନ୍ତି ନାହିଁ । ମିଳିତ ଜାତିସଂଘର ପରିସଂଖ୍ୟାନ ଅନୁସାରେ ନାରୀମାନେ ବିଶ୍ୱର ସମୁଦାୟ କାର୍ଯ୍ୟର ୬୬% କାର୍ଯ୍ୟ କରନ୍ତି, ୫୦% ଖାଦ୍ୟ ଉତ୍ପାଦନ କରନ୍ତି, ମାତ୍ର ୧୦% ଆୟ କରନ୍ତି । କେବଳ ୧୫% ସମ୍ପତ୍ତିର ମାଲିକ ଅଟନ୍ତି । ଅନେକ ମହିୟସୀ ମହିଳାମାନଙ୍କ ପାଇଁ ଭାରତବର୍ଷ ଆଜି ବି ଗର୍ବିତ । ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ, ଯୋଦ୍ଧା ରାଣୀ ଲକ୍ଷ୍ମୀବାଈ, ସୁଭାଷ ବୋଷଙ୍କ ଭାରତୀୟ ଜାତୀୟ ସୈନ୍ୟବାହିନୀର କ୍ୟାପ୍ଟେନ୍ ଦୁର୍ଗାବାଈ ଓ ଲକ୍ଷ୍ମୀ ସେହେଗଲ, ମିଳିତ ଜାତିଂଘର ସାଧାରଣ ପରିଷଦର ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡିତ, ସରୋଜିନୀ ନାଇଡୁ, ସମାଜସେବୀ ମଦର ଟେରେସା, ଭଗିନୀ ନିବେଦିତା, ଏଭେରେଷ୍ଟ୍ ଶୃଙ୍ଗର ଆରୋହିଣୀ ବଚ୍ଛେନ୍ଦ୍ରି ପାଲ୍, କଳ୍ପନା ଦାସ, ମହାକାଶଚାରୀ କଳ୍ପନା ଚାୱଲା, ଦୌଡ଼ରାଣୀ ପି.ଟି. ଉଷା, ଗାୟିକା ଲତାମଙ୍ଗେସ୍କର, କର୍ଣ୍ଣେଲ୍ ମାଲେଶ୍ୱରୀ, ମେଧା ପାଟେକର ଆଦି ଅନେକ ମହିଳା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ଖ୍ୟାତି ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି । ପ୍ରତ୍ୟେକ ମହିଳା ସଂଗଠନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସ୍ୱର ଉତ୍ତୋଳନ କରିବା ଦରକାର । ସ୍ଥାନ ସଂରକ୍ଷଣରେ ମିହଳାମାନଙ୍କ ପ୍ରତି ହୀନମନ୍ୟତା ନ ରହି ସେମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ପଦପଦବୀରେ ନିଯୁକ୍ତି କରାଯିବା ଦରକାର । ଦୁର୍ଭାଗ୍ୟବଶତଃ ସେମାନଙ୍କୁ ଆଜି ମଧ୍ୟ ବ୍ୟକ୍ତିଭାବେ ଗ୍ରହଣ କରାଯାଉନାହିଁ । ମହିଳାମାନଙ୍କୁ ଯେତିକି ପରିମାଣରେ ବିଧାନସଭା, ରାଜ୍ୟସଭା, ତଥା ବିଭିନ୍ନ ଅଫିସ୍ରେ କାର୍ଯ୍ୟ କରିବା କଥା ତାହା ଆଜି ମଧ୍ୟ ହୋଇ ପାରୁନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଯେତିକି ମହିଳା ସାମିଲ୍ ହେବା କଥା ସେତିକି ହୋଇପାରୁ ନାହିଁ । ନିଜ ଭିତରେ ମଧ୍ୟ ନାରୀଟିଏ ହୀନମନ୍ୟତାର ଶୀକାର ନ ହୋଇ ନିଜ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟିକରି ନେତୃତ୍ୱ ନେବା ଉଚିତ । ପରିସ୍ଥିତି ଯାହା ହେଉନା କାହିଁକି ସବୁଠି ସବୁ କ୍ଷେତ୍ରରେ ସାହସର ସହ ସେମାନେ ଏହାକୁ ଚ୍ୟାଲେଞ୍ଜ ଭାବେ ପ୍ରତିଟି ସଂଘର୍ଷକୁ ଆହ୍ୱାନ କରିବାର ସମୟ ଆସିଛି । ପ୍ରତିଟି ମହିଳା ନେତୃତ୍ୱ ନେବାର ସମୟ ଆସିଛି । ମହିଳାମାନେ ଯେ କେତେ ଦକ୍ଷ ସେମାନେ ପ୍ରତି କ୍ଷେତ୍ରରେ ଏହାକୁ ପ୍ରତିପାଦନ କରିପାରିଛନ୍ତି । ସାମାଜିକ ପରିବର୍ତ୍ତନର ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେବା ଆବଶ୍ୟକ । ଭାରତବର୍ଷ ତଥା ସମଗ୍ର ପୃଥିବୀରେ ସ୍ତ୍ରୀଶକ୍ତିର ସଂପୂର୍ଣ୍ଣ ବିକାଶ ହେବା ବା‚ନୀୟ । ପରିସ୍ଥିତି ଯାହା ହେଉନା କାହିଁକି ପ୍ରତ୍ୟେକ ନାରୀ ଏହାକୁ ସାମ୍ନା କରିବା ଆବଶ୍ୟକ ମନେହୁଏ । ନାରୀକୁ କେବଳ ଆଇନ୍ ସୁରକ୍ଷା ନ ଯୋଗାଇ ସାମାଜିକ ଏବଂ ମାନସିକ ସ୍ତରରେ ସୁରକ୍ଷା ଯୋଗାଇ ଦେବା ଦରକାର । ଲୋକଦେଖାଣିଆ ବଜେଟ୍ କରିଦେଇ ରାତାରାତି ଆଇନ୍ ଗଢ଼ିଦେଲେ ପୀଡ଼ିତା ନ୍ୟାୟ ପାରିପାରିବ ନାହିଁ । ତା’ ପ୍ରତି ପ୍ରତ୍ୟେକ ବିଚାରପତି, ଆଇନଜ୍ଞ, ପୋଲିସ୍ ଅଫିସର, ପିତାମାତା, ସର୍ବସାଧାରଣ, ସମାଜ, ସାମାଜିକ କର୍ମୀ, ସାହିପଡ଼ିଶା ଆଦି ସମସ୍ତେ ସମ୍ବେଦନଶୀଳ ହେବା ଜରୁରି । କେବଳ ଆଇନ୍ କିମ୍ବା ପ୍ରଶାସନ କଡ଼ା ହୋଇଗଲେ ଏହି ସମସ୍ୟା ସମାଧାନ ହେବନାହିଁ । ବରଂ ଆମ ସମସ୍ତଙ୍କର ଏହା କର୍ତ୍ତବ୍ୟ ଏବଂ ଦାୟିତ୍ୱ ଯେ ସ୍କୁଲ, ମହାବିଦ୍ୟାଳୟ, ପରିବାର, କାର୍ଯ୍ୟାଳୟ, ମାର୍କେଟ୍, ମନ୍ଦିର, ଟ୍ରେନ୍, ବସ୍ରେ ସର୍ବସାଧାରଣ ଯାଉଥିବା ରାସ୍ତାରେ ସଚେତନ ଏବଂ ସତର୍କ ହୋଇ ଆମ ଆଖିପାଖରେ ଘଟୁଥିବା ଏହି ଦୁର୍ଘଟଣାକୁ ସାହସର ସହିତ ଲଢ଼ି ପୀଡ଼ିତାକୁ ସୁରକ୍ଷାବଳୟଟିଏ ଯୋଗାଇଦେବା ଆବଶ୍ୟକ । ସମସ୍ତେ ସଚେତନ ହେବା ଜରୁରି । ଏଠି ପୁରୁଷବାଦ ବା ନାରୀବାଦର ପ୍ରଶ୍ନ ଉଠୁନାହିଁ । ନିଜକୁ ଆତ୍ମସମୀକ୍ଷା କରିବା ଦରକାର । ନିଜର ପୁରୁଷବନ୍ଧୁ ସହ ଅବାଧରେ ମିଳାମିଶା କରିବା ଅବା ଅସୁରକ୍ଷିତ ସ୍ଥାନକୁ ଯିବା ଆମ ସଂସ୍କୃତି ନୁହେଁ । ବରଂ ଚିନ୍ତାଧାରାର ହୀନମନ୍ୟତା ସେ ନାରୀ ହେଉ ବା ପୁରୁଷ ହେଉ ସମାଜକୁ ଦୋଷ ଦେବା ପୂର୍ବରୁ ନିଜକୁ ସତର୍କ ଏବଂ ସଜାଗ ରହିବାକୁ ପଡ଼ିବ । ଯଥା ସମ୍ଭବ ନିଜକୁ ସୁରକ୍ଷା ଦେଇ, କାହା ହାତର ଖେଳନା ନ ହୋଇ ବଞ୍ଚôବା ପାଇଁ ସଂଘର୍ଷ, ସଚେତନତା ଏବଂ ସତର୍କତା ଲୋଡ଼ା । ନିଜର ସୁରକ୍ଷା ପ୍ରତିଧ୍ୟାନଦେବା ନାରୀବାଦର କଣ୍ଠରୋଧ ନୁହେଁ ବରଂ ସତର୍କ ହୋଇ ଲଢ଼ିବା ଏହା ହିଁ ଆଜି ଆନ୍ତର୍ଜାତିକ ମହିଳା ଦିବସର ଆହ୍ୱାନ ଏବଂ ସଫଳ ଜୀବନ ।
ରଘୁନାଥଜିଉ ମହାବିଦ୍ୟାଳୟ,
ଦେଉଳସାହି, କଟକ ।
ମୋ-୯୮୫୩୩୫୦୩୮୪