ଆମ୍ବୁଲାନ୍ସ ସେବା ନା ବେପାର?


କୌଣସି ଜଣେ ସଙ୍କଟାପନ୍ନ ରୋଗୀଙ୍କର ଜୀବନକୁ ରକ୍ଷାକରିବା ପାଇଁତାଙ୍କୁତୁରନ୍ତ ଡ଼ାକ୍ତରଖାନାରେ ପହଞ୍ଚାଇବା ଉଦେ୍ଦଶ୍ୟରେ ଆମ୍ବୁଲାନ୍ସର ବ୍ୟବହାର ହେଉଛି ଏକମାତ୍ର ଉପାୟ । ସଙ୍କଟାପନ୍ନ ରୋଗୀଙ୍କୁଜୀବନ ରକ୍ଷାରସର୍ବନିମ୍ନସହାୟତାବ୍ୟବସ୍ଥାରଖି ଆମ୍ବୁଲାନ୍ସ ଗୁଡ଼ିକ ବର୍ତ୍ତମାନ ରୋଗୀମାନଙ୍କୁ ଘରୁ ଡ଼ାକ୍ତରଖାନାକୁ କିମ୍ବା ଡ଼ାକ୍ତରଖାନାରୁ ଅନ୍ୟ ଡ଼ାକ୍ତରଖାନାକୁ ନେବା ଆଣିବା କରୁଛନ୍ତି । ଏକ୍ଷେତ୍ରରେ କିନ୍ତୁ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ କୌଣସି ନୀତିକି ନିୟମ ନାହିଁ । ଏହି ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ରୋଗୀଙ୍କ ଠାରୁ ମନଇଚ୍ଛା ଭଡ଼ା ଆଦାୟ କରୁଛନ୍ତି । ଏମିତିକି ସ୍ଥଳ ବିଶେଷରେ ଏକ କିଲୋମିଟର ରାସ୍ତାକୁ ୫୦୦ ଟଙ୍କାଭଡ଼ା ଆଦାୟ କରୁଥିବା ଦେଖାଯାଉଛି । ବଡ଼ବଡ ÿଡ଼ାକ୍ତରଖାନା ଗୁଡ଼ିକରେ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଏକ ପ୍ରକାରର ଗୁଣ୍ଡାଗର୍ଦ୍ଦିରେ ଚାଲୁଛି । କୌଣସି ଜିଲ୍ଲାରୁ ଆମ୍ବୁଲାନ୍ସରେ ଆସିଥିବା ରୋଗୀଙ୍କୁସେହି ଆମ୍ବୁଲାନ୍ସରେ ଫେରାଇନେବା ପାଇଁ ଆବଶ୍ୟକତା ପଡ଼ିଲେ ସେଭଳି କରିବା ପାଇଁସ୍ଥାନୀୟ ଆମ୍ବୁଲାନ୍ସ ସଂଘଛାଡୁ ନାହାନ୍ତି । ବଳପୂର୍ବକରୋଗୀଙ୍କୁ ଦୂରଦୂରାନ୍ତରୁ ଆସିଥିବା ଆମ୍ବୁଲାନ୍ସରୁ ଓହ୍ଲାଇ ଦେଉଥିବାର ଘଟଣାବିଘଟୁଛି । ଦୂରସ୍ଥାନରୁ ଆସିଥିବା ରୋଗୀ ଯଦି ଆସିଥିବା ଆମ୍ବୁଲାନ୍ସରୁ ଥରେଓହ୍ଲାଇ ପଡ଼ିଲା, ପୁର୍ନବାର ଆମ୍ବୁଲାନ୍ସ ଆବଶ୍ୟକ ପଡ଼ିଲେ ଡ଼ାକ୍ତରଖାନା ପରିସର ଭିତରେ ରହିଥିବା ଘରୋଇ ଆମ୍ବୁଲାନ୍ସ ଗୁଡ଼ିକର ଦାଦାଗିରି ଆରମ୍ଭ ହୋଇଯାଉଛି । ଏମିତିକିକିଛି ଆମ୍ବୁଲାନ୍ସ ବିନା ଫିଟ୍ନେସ୍ରେ ବିଚାଲୁଥିବାର ଅଭିଯୋଗ ଆସୁଛି । 
ବର୍ତ୍ତମାନ ରାଜ୍ୟରେଘରୋଇ ଆମ୍ବୁଲାନ୍ସ ସେବା ପାଇଁ ଏକ ସ୍ୱତନ୍ତ୍ର ଆଇନ୍ର ଆବଶ୍ୟକତା ପଡ଼ିଲାଣି । ଗତ କିଛିବର୍ଷ ମଧ୍ୟରେ ରାଜ୍ୟ ସରକାର ହଜାରହଜାର ଆମ୍ବୁଲାନ୍ସ ରୋଗୀମାନଙ୍କର ସେବା ପାଇଁ ଯୋଗାଇ ଦେଇଛନ୍ତି । ଏସବୁ ସତ୍ତ୍ୱେ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକର ଅନେକ ସମୟରେ ଆବଶ୍ୟକତା ପଡୁଛି । ସରକାରୀ ଆମ୍ବୁଲାନ୍ସ ଘରୋଇ ଡ଼ାକ୍ତରଖାନାକୁ ରୋଗୀମାନଙ୍କୁ ନେଉନାହାନ୍ତି । ଏଣେସରକାରୀ ଡ଼ାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସାସୁବିଧା ଉପଲବ୍ଧ ନାହିଁ । ତେଣୁଏଭଳି ପରିସ୍ଥିତିରେ ସରକାରୀ ଆମ୍ବୁଲାନ୍ସ ଥାଇ ମଧ୍ୟ ସେସବୁ କୌଣସି କାମକୁ ନୁହେଁ । ବିଶେଷକରି ଦୁର୍ଘଟଣାଗ୍ରସ୍ତ  ରୋଗୀଙ୍କୁ ପ୍ରଥମେ ସରକାରୀ ଆମ୍ବୁଲାନ୍ସରେ ସରକାରୀ ଡ଼ାକ୍ତରଖାନାକୁ ଆଣି ପୁଣିଥରେ ଚିକିତ୍ସା ସୁବିଧା ନଥିବାରୁ ଘରୋଇ ଡ଼ାକ୍ତରଖାନାକୁ ନେବାବେଳକୁ ଆଉ ସରକାରୀ ଆମ୍ବୁଲାନ୍ସର ସୁବିଧା ମିଳୁନାହିଁ । ଘରୋଇ ଡ଼ାକ୍ତରଖାନାକୁ କେବଳ ଘରୋଇ ଆମ୍ବୁଲାନ୍ସ ଯାଉଥିବାରୁ ରୋଗୀଙ୍କୁ ଶୋଷଣ କରିବା ପାଇଁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଉଛି କହିଲେ ଭୁଲ୍ହେବ ନାହିଁ । ଆହୁରି ମଧ୍ୟ କେତେକ କ୍ଷେତ୍ରରେ ଦେଖାଯାଉଛି ଯେ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକର ଦିନ ବେଳେ ଓ ରାତିରେଭଡ଼ାସମାନ ନୁହେଁ । ଅନେକ ଆମ୍ବୁଲାନ୍ସ ବର୍ଷବର୍ଷ ଧରି ଅନ୍ଫିଟ୍ ଗାଡ଼ିରେ ଗଡୁଛି । ଆଉ କେତେକ ଆମ୍ବୁଲାନ୍ସ ବିପଦପୂର୍ଣ୍ଣ ଭାବରେ ଚଳାଚଳ କରୁଛି । ଜୀବନ ରକ୍ଷା ପାଇଁ ସର୍ବନିମ୍ନ ସହାୟତା ଥିବା ଆମ୍ବୁଲାନ୍ସ ରହିଥିଲେ ମଧ୍ୟ ରୋଗୀକୁ ସର୍ବନିମ୍ନ ସହାୟତା ଯୋଗାଇ ଦେଇ ଗାଡ଼ି ଚଳାଇବା ପାଇଁ ଅଲଗା ଅଲଗା କର୍ମଚାରୀ ନାହାନ୍ତି । ଡ୍ରାଇଭର୍ ନିଜେ ଅକ୍ସିଜେନ୍ ମାସ୍କକୁରୋଗୀମୁହଁରେଖୁନ୍ଦି ଦେଇ ଗାଡ଼ିଚଳାଇବାକୁ ନିଜସିଟ୍କୁଚାଲି ଯାଉଛନ୍ତି । ଆମ୍ବୁଲାନ୍ସ ଗୁଡ଼ିକରେ ଜଣକରୁ ଦୁଇ ଜଣ ଷ୍ଟାଫ୍ ମଧ୍ୟ ନାହାନ୍ତି । ଘରୋଇ ଆମ୍ବୁଲାନ୍ସ ଯଦି ଏଭଳି ଭାବରେ ଲଗାମ୍ ଛଡ଼ା ହୋଇ ରୋଗୀଙ୍କୁ ଶୋଷଣ କରିବେ, ତାହାହେଲେ ଗରିବ ରୋଗୀମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବେ । 
ସରକାରୀ ଆମ୍ବୁଲାନ୍ସକୁ କେବଳ ସରକାରୀ ହସ୍ପିଟାଲ୍କୁ ନେବା ଆଣିବା କରିବାର ଯେଉଁ ନିୟମ ଅଛି ତାହା ମଧ୍ୟ ବଦଳିବାର ଅଛି । ଯଦି ଘରର ଅତି ନିକଟରେ ଘରୋଇ ସୁପର୍ ସ୍ପେସିଆଲିଟି ହସ୍ପିଟାଲ୍ ଅଛି, ତେବେ ଅନେକ ଦୂରରେ ଥିବା ସରକାରୀ ଡ଼ାକ୍ତରଖାନାକୁ ଏବଂସୁପର୍ ସ୍ପେସିଆଲିଟି ସୁବିଧା ନଥିବା ହସ୍ପିଟାଲ୍କୁ ରୋଗୀକୁ ନେବାର କୌଣସି ଅର୍ଥହିଁ ନାହିଁ । ରୋଗୀଟିଜୀବନ ମରଣ ଅବସ୍ଥାରେ ଛନ୍ଦିହୋଇ ପଡ଼ିଥିବାବେଳେରୋଗୀର ଆତ୍ମୀୟଙ୍କୁ ଶୋଷଣକରିବା ଅତ୍ୟନ୍ତ ଅମାନବୀୟ । ଏସବୁ ରୋକିବା ପାଇଁଯେତେ ଶୀଘ୍ର ନୂଆ ଆଇନ୍ ଆସିବ ସେତେ ଭଲ ।