କପିଳାସ ମନ୍ଦିର ଓ ମଠ

କପିଳାସ ପୀଠରେ ଚାରିଗୋଟି ମଣ୍ଡପ ପାଞ୍ଚଗୋଟି କୁଣ୍ଡ ବା ତୀର୍ଥ ଏବଂ ପାଞ୍ଚ ଗୋଟି ମଠ ବିଦ୍ୟମାନ । ପୀଠ ସମେତ ସମଗ୍ର ବନାଞ୍ଚଳ ଓ ଦେଓଗାଁ କପିଳାସ ତୀର୍ଥର ଅନ୍ତର୍ଭୁକ୍ତ । ମହାଶିବରାତ୍ରିର ମହାନିଶାରେ ମହାଦେବ ପ୍ରଥମେ ଲିଙ୍ଗ ରୂପରେ କପିଳାସରେ ଆବିର୍ଭାବ ହୋଇଥିଲେ । କପିଳାସ ପର୍ବତରେ ବାସ କରୁଥିବା ଶବରମାନେ ସେହି ଶିବଲିଙ୍ଗଙ୍କୁ ପୂଜା କରୁଥିଲେ । କରମୂଳ ପାଟଣାରେ ରାଜତ୍ୱ କରୁଥିବା ରାଜା ଚନ୍ଦ୍ରକେଶରୀ ପ୍ରଥମେ ଏଠାରେ କ୍ଷୁଦ୍ର ମନ୍ଦିରଟିଏ ନିର୍ମାଣ କରିଥିଲେ । ସେହି ପ୍ରାଚୀନ ମନ୍ଦିରଟି ଭାଙ୍ଗିଯିବାରୁ ବର୍ତ୍ତମାନର ମନ୍ଦିର ଗଙ୍ଗବଂଶୀ ସମ୍ରାଟ୍ ପ୍ରଥମ ନରସିଂହଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଶ୍ରୀଚନ୍ଦ୍ରଶେଖରଙ୍କ ମନ୍ଦିରର ଉଚ୍ଚତା ୭୦ ଫୁଟ । ଏଥିରେ କୋ÷ଣସି ଶିଳ୍ପଚାତୁରୀ ପରିଲକ୍ଷିତ ହୁଏ ନାହିଁ, କିନ୍ତୁ ମୂର୍ତ୍ତି ଗୁଡିକ ଶିଳ୍ପକଳାର ଚରମ ନିଦର୍ଶନ । ମୁଖ୍ୟ ମନ୍ଦିରରେ ଶ୍ରୀଚନ୍ଦ୍ରଶେଖରଙ୍କ ଧବଳବର୍ଣ୍ଣ ସ୍ୱୟମ୍ଭୁଲିଙ୍ଗ ବିରାଟ ଶକ୍ତି ସହିତ ଆରାଧିତ । ଲିଙ୍ଗରେ ରୂପା ନିର୍ମିତ ନାଗବେଷ୍ଟନୀ ସଦା ବିରାଜିତ । ଲିଙ୍ଗ ଓ ଶକ୍ତିର ପଶ୍ଚିମଦିଗରେ ସ୍ୱତନ୍ତ୍ର ଆସ୍ଥାନରେ ଏକ ବୃହତ ଶାଳଗ୍ରାମ ସହିତ ଅଷ୍ଟଧାତୁ ନିର୍ମିତ ଶେଷନାଗ ଅନନ୍ତ ବିରାଜିତ । ଲିଙ୍ଗ ଓ ଶକ୍ତିର ପଶ୍ଚିମଦିଗରେ ସ୍ୱତନ୍ତ୍ର ଆସ୍ଥାନରେ ଏକ ବୃହତ ଶାଳଗ୍ରାମ ସହିତ ଅଷ୍ଟଧାତୁ ନିର୍ମିତ ଶେଷନାଗ ଅନନ୍ତ ବିରାଜିତ । ଏହି ଶାଳଗ୍ରାମ ମୂର୍ତ୍ତି ବିଶ୍ୱର ସର୍ବବୃହତ ଶାଳଗ୍ରାମ । ଏହି ପୀଠରେ ଶିବଲିଙ୍ଗଙ୍କ ସହିତ ଶାଳଗ୍ରାମ ଏକତ୍ର ପୂଜା ପାଉଥିବାରୁ ଏହା ହରିହର ପୀଠ ରୂପରେ ଖ୍ୟାତ । ମନ୍ଦିର ସମ୍ମୁଖରେ ବୃଷଭ ବିଦ୍ୟମାନ । ମୋହନରେ ଶ୍ରୀଗଣେଶ ଓ ଚଣ୍ଡୀ ବିଗ୍ରହ ବିଦ୍ୟମାନ । ମନ୍ଦିରର ପୂର୍ବଦିଗରେ କାରୁକାର୍ଯ୍ୟପୂର୍ଣ୍ଣ କାଷ୍ଠ ମୋହନଟି ଭୋଗମଣ୍ଡପ ଉପରେ ବିଦ୍ୟମାନ । କାଷ୍ଠ ମୋହନଟିରେ ପଦ୍ମ ପୁଷ୍ପାକୃତି ଦାରୁମୟ ଗୋଲାଛାଦ ଓ ଏହି ଛାଦରେ କେତେକ ମୂର୍ତ୍ତି ଊଦ୍ଧ୍ୱର୍ରେ ବଲମ୍ବିତ ଭାବରେ ନିର୍ମିତ । ଏହି କାଷ୍ଠମୋହନଟିକୁ ବର୍ଷା ତାପରୁ ରକ୍ଷା କରିବା ନିମିତ୍ତ ପତକା ଲୋ÷ହପତ୍ର ଦ୍ୱାରା ଆଚ୍ଛାଦନ କରାଯାଇଛି । ମନ୍ଦିରର ଐଶାନ୍ୟ କୋଣରେ ବୃଷଭର ଉତ୍ତରଦିଗକୁ ମହାତୀର୍ଥ ପୟୋଽମୃତ କୁଣ୍ଡ । ଏହା ଲୁହା ଜାଲି ଦ୍ୱାରା ବନ୍ଦ କରାଯାଇଛି ଏବଂ ଜଳୋଦ୍ଧାର ନିମିତ୍ତ ଗୋଟିଏ ପଥ ରହିଅଛି । ଏହି ପୟୋଽମୃତ କୁଣ୍ଡ ଜଳରେ ଠାକୁରଙ୍କର ସ୍ନାନ ମାଜଣା ସେବା ପୂଜା ଓ ନୀତିକାନ୍ତି ହୋଇଥାଏ । ସର୍ବସାଧାରଣ ଏହି କୁଣ୍ଡରୁ ଜଳନେବା ନିଷେଧ କରାଯାଇଛି । ମନ୍ଦିରର ଅଗ୍ନିକୋଣରେ ରୋଷଘର ଏବଂ ରୋଷଘରର ପଶ୍ଚିମରେ ପୁରାଣ ପ୍ରସିଦ୍ଧ ପାପନାଶିନୀ ଜମ୍ଭକୁଣ୍ଡ । ଜମ୍ଭକୁଣ୍ଡର କିଞ୍ଚିତ୍ ନିମ୍ନରେ ମରୀଚିକୁଣ୍ଡ ବିଦ୍ୟମାନ । ମନ୍ଦିରର ଦକ୍ଷିଣଦିଗ ଓ ଜମ୍ଭକୁଣ୍ଡର ପଶ୍ଚିମଦିଗରେ ମୁକ୍ତିମଣ୍ଡପ ବିଦ୍ୟମାନ । ଏହି ମଣ୍ଡପକୁ ଜପମଣ୍ଡପ ମଧ୍ୟ କୁହାଯାଏ । ଜପମଣ୍ଡପରେ ମଧ୍ୟ କାରୁକାର୍ଯ୍ୟ ପୂର୍ଣ୍ଣ କାଷ୍ଠମୋହନ ରହିଅଛି । ଏହି କାଷ୍ଠ ମୋହନରେ ନିର୍ମିତ ଦଶାବତାର ମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ । ମନ୍ଦିରର ଉତ୍ତରଦିଗରେ ପାର୍ବତୀ ମନ୍ଦିର ଓ ସରଘର । ପାର୍ବତୀ ମନ୍ଦିରରେ ସୁଚିକ୍କଣ କୃଷ୍ଣ ଶିଳା ନିର୍ମିତ ଚାରୁହାସିନୀ କମନୀୟ ପାର୍ବତୀ ବିଗ୍ରହ ପୂଜତା । ଏହି ପାର୍ବତୀ ମୂର୍ତ୍ତି ପ୍ରକୃତପକ୍ଷେ ଚତୁର୍ଭୁଜା ଦୁର୍ଗା । ଏହି ଦୁର୍ଗାମୂର୍ତ୍ତିଙ୍କର ଦକ୍ଷିଣ ପାଶ୍ୱର୍ରେ ଅର୍ଥାତ୍ ପଶ୍ଚିମଦିଗରେ ନୃସିଂହ ମୂର୍ତ୍ତି ପ୍ରତିଷ୍ଠିତ । ମନ୍ଦିରର ପାଶ୍ୱର୍ ଦେବତା ହେଉଛନ୍ତି ଦକ୍ଷିଣ ପାଶ୍ୱର୍ରେ ଗଣେଶ, ପଶ୍ଚିମ ପାଶ୍ୱର୍ରେ କାର୍ତ୍ତିକେୟ ଓ ଉତ୍ତର ପାଶ୍ୱର୍ରେ ଜଟାଜୁଟ ମଣ୍ଡିତା ଅପର୍ଣ୍ଣା ଦେବୀ । ପ୍ରତ୍ୟେକ ପାଶ୍ୱର୍ ଦେବତା ଗୋଟିଏ ଗୋଟିଏ କ୍ଷୁଦ୍ର ମନ୍ଦିରରେ ପୂଜିତ । ଏହି ପାର୍ବତୀ ମୂର୍ତ୍ତି ପ୍ରକୃତପକ୍ଷେ ଚତୁର୍ଭୁଜା ଦୁର୍ଗା । ଏହି ଦୁର୍ଗା ମୂର୍ତ୍ତିଙ୍କର ଦକ୍ଷିଣପାଶ୍ୱର୍ରେ ଅର୍ତାତ୍ ପଶ୍ଚିମଦିଗରେ ନୃସିଂହ ମୂର୍ତ୍ତି ପ୍ରତିଷ୍ଠିତ । ମନ୍ଦିରର ପାଶ୍ୱର୍ଦେବତା ହେଉଛନ୍ତି ଦକ୍ଷିଣ ପାଶ୍ୱର୍ରେ ଗଣେଶ, ପଶ୍ଚିମ ପାଶ୍ୱର୍ରେ କାର୍ତ୍ତିକେୟ ଓ ଉତ୍ତର ପାଶ୍ୱର୍ରେ ଜଟାଜୁଟ ମଣ୍ଡିତା ଅପର୍ଣ୍ଣା ଦେବୀ । ପ୍ରତ୍ୟେକ ପାଶ୍ୱର୍ ଦେବତା ଗୋଟିଏ ଗୋଟିଏ କ୍ଷୁଦ୍ର ମନ୍ଦିରରେ ପୂଜିତ । ଏହି ଜଟାଜୁଟ ମଣ୍ଡିତା ଅପର୍ଣ୍ଣ ଦେବୀଙ୍କୁ କେହି କେହି ପାର୍ବତୀ ଓ କେହି କେହି ଗଙ୍ଗାଦେବୀ କହିଥାନ୍ତି । ମନ୍ଦିରର ପଶ୍ଚିମପାଶ୍ୱର୍ ଗାତ୍ରରେ ଦଧିନଉତିର ନିମ୍ନରେ ଶ୍ରୀଜଗନ୍ନାଥ ବିଗ୍ରହ ପାଷଣରେ ଖୋଦିତ । ଏହା ହେଉଛି କପିଳାସର ବୈଶିଷ୍ଟ୍ୟ । ସମଗ୍ର ମନ୍ଦିର ପ୍ରାଙ୍ଗଣ ପଥର ଚଟାଣ ଓ ପ୍ରାଚୀର ଦ୍ୱାରା ବେଷ୍ଟିତ । ମନ୍ଦିରର ପଶ୍ଚିମପାଶ୍ୱର୍ରେ ସିଂହଦ୍ୱାରରେ ଦୁଇଗୋଟି ସିଂହ ବିରାଜିତ । ସିଂହଦ୍ୱାରରେ ଦୁଇଗୋଟି ବିଶାଳ କାଷ୍ଠକବାଟ ଲାଗିଅଛି । ମନ୍ଦିର ଶ୍ରୀର୍ଷରେ ତି୍ରଶୁଳ ପରିବର୍ତ୍ତେ ଅର୍ଦ୍ଧଚକ୍ର ପିନାକ ବିଦ୍ୟମାନ । ଅର୍ଦ୍ଧଚକ୍ରରୂପୀ ପିନାକଟି ଅଷ୍ଟଧାତୁ ମିଶ୍ରିତ ରୋ÷ପ୍ୟନିର୍ମିତ ଓ ଦଧିନଉତି ସହିତ ସଂଯୋଗ ହୋଇଛି । ଏହା ଉପରେ ପତାକା । ମନ୍ଦିର ଉପରକୁ ଉଠିବା ନିମିତ୍ତ ଲୋ÷ହବଳୟ ନିର୍ମିତ ଚାର ରହିଅଛି । ପର୍ବପର୍ବାଣି ସମୟରେ ପତାକା ଲଗାଇବା ନିମିତ୍ତ ବା ଦୀପ ଉପରକୁ ଉଠିବା ନିମିତ୍ତ ଏହା ବ୍ୟବହାର ହୁଏ ।
ମନ୍ଦିରର ପୂର୍ବଦିଗରେ କିଛି ଦୂର ପର୍ବତ ଆରୋହଣ କରିଗଲେ ପ୍ରାୟ ଏକ ଶତପାବଚ୍ଛ ପରେ କିଞ୍ଚିତ୍ ଊଦ୍ଧ୍ୱର୍ରେ ବାମ ପାଶ୍ୱର୍ରେ ଶ୍ରୀ ନାରାୟଣଙ୍କ ମନ୍ଦିର ଅବସ୍ଥିତ । ନାରାୟଣଙ୍କ ବିଗ୍ରହ ଆକର୍ଷଣୀୟ ଏବଂ ପ୍ରଭୁଙ୍କ ପାଦତଳେ ଝର ରୂପେ ଗଙ୍ଗା ମହାମାନା । ଏହି ମନ୍ଦିର ସମ୍ମୁଖରେ ଗରୁଡ଼ ଯୋଡ଼ ହସ୍ତରେ ପ୍ରତିଷ୍ଠିତ । ଗରୁଡ଼ ମୂର୍ତ୍ତିଟି କୃଷ୍ଣଶିଳାରେ ନିର୍ମିତ । ଦକ୍ଷିଣ ଦିଗରେ ମଣିକର୍ଣ୍ଣିକା କୁଣ୍ଡ । ନାରାୟଣ ମନ୍ଦିରର କିୟତ ଦୂରରେ ଦକ୍ଷିଣ ଦିଗରେ ବିଶ୍ୱନାଥ ବା ବୁଢାଲିଙ୍ଗଙ୍କ ମନ୍ଦିର । ବିଶ୍ୱନାଥଙ୍କ ଲିଙ୍ଗ ଓ ଶକ୍ତି ବୃହତ୍ । ମନ୍ଦିରର ମୁଖଶାଳାରେ ପାଷାଣରେ ଦୁଇଟି ପଦଚିହ୍ନ ରହିଅଛି, ଯାହାକୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପଦଚିହ୍ନ ବୋଲି କୁହାଯାଏ । କେହି ଭକ୍ତ ଅଧିଆ ପଡିଲେ ଏହି ବିଶ୍ୱନାଥଙ୍କ ମନ୍ଦିର ନିକଟରେ ଅଧିଆ ପଡନ୍ତି । ଏହି କ୍ଷେତ୍ରରେ ନାରାୟଣ, ବିଶ୍ୱନାଥ ଓ ପ୍ରସିଦ୍ଧ ମଣିକର୍ଣ୍ଣିକା କୁଣ୍ଡ ରହିଥିବାରୁ ଏହାକୁ ଦ୍ୱିତୀୟ ବାରାଣାସୀ ବା ଗୁପ୍ତକାଶୀ କୁହାଯାଏ । ‘କପିଳାସଂହିତା’ରେ ଉଲ୍ଲେଖ ଅଛି:-
“ବାରଣସୀ ବିଶ୍ୱନାଥୋ ଜାହ୍ନବୀ ମଣିକର୍ଣ୍ଣିକା,
ଏକୈକା ଦୁର୍ଲଭା ରାଜନ କିମୁ ଯତ୍ର ଚତୁଷ୍ଟୟ ।”
ଚନ୍ଦ୍ରଶେଖରଙ୍କ ମନ୍ଦିର ଅପେକ୍ଷା ବିଶ୍ୱନାଥଙ୍କ ମନ୍ଦିରଟି ପ୍ରାଚୀନ ଜଣାଯାଏ । ମନେ ହୁଏ ଏହି ମନ୍ଦିରଟି ଚନ୍ଦ୍ରଶେଖରଙ୍କ ପ୍ରଥମ ନିର୍ମିତ ଓ ଭାଙ୍ଗି ଯାଇଥିବା ମନ୍ଦିର ସାଙ୍ଗରେ ନିର୍ମିତ ହୋଇଥିଲା । ମନ୍ଦିର ମଧ୍ୟରେ ବିଶ୍ୱନାଥଙ୍କ ବୃହତ ଲିଙ୍ଗଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି । ଏହି ମନ୍ଦିର ଆଭ୍ୟନ୍ତରରେ ବହୁ ଚେମେଣିଆ ପରିଲକ୍ଷିତ ହୁଅନ୍ତି ।
ସିଂହଦ୍ୱାର ନିକଟରେ ଗୋଟିଏ ଉଚ୍ଚମଣ୍ଡପରେ ଭୈରବ ଓ ଭୈରବୀ ମୂର୍ତ୍ତି ଆରାଧିତ । ଏହି ମଣ୍ଡପକୁ ଭୈରବ ମଣ୍ଡପ କୁହାଯାଏ । କୋ÷ଣସି ଭକ୍ତ ମନସ୍କାମନା ପୂରଣ ଉଦେ୍ଦଶ୍ୟରେ ଏହି ମଣ୍ଡପରେ ହୋମ ବା ଯଜ୍ଞ କରିଥାନ୍ତି । ସିଂହଦ୍ୱାର ସମ୍ମୁଖରେ ତୁଳସୀ ଭୋରା ଓ ଅନତି ଦୂରରେ ସଙ୍କଟମୋଚନ ହନୁମାନ ମନ୍ଦିର ରହିଅଛି । ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବଡ଼ଦାଣ୍ଡ କୁହାଯାଏ । ବଡ଼ଦାଣ୍ଡରେ ଚା, ପାନ, ଜଳଖିଆ ଓ ଅରୁଆନ୍ନ ହୋଟେଲ ରହିଛି । ମୁଦିମାଳୀ ଓ ଅନ୍ୟାନ୍ୟ ସୋ÷ଖୀନ ଜିନିଷର ମଧ୍ୟ ଗୋଟିଏ ଦୋକାନ ରହିଛି । କପିଳାସରେ ଥିବା ମଠମାନଙ୍କ ମଧ୍ୟରେ ଭୁବନେଶ୍ୱରୀ ମଠ ବା ଦଣ୍ଡୀ ବ୍ରହ୍ମଚାରୀ ମଠ ଅବସ୍ଥିତ । ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ଏହି ମଠ ତ୍ରୟୋଦଶ ଶତାବ୍ଦୀରେ ପୁରୀ ଶଙ୍କରାନନ୍ଦ ମଠର ରାମକୃଷ୍ଣା ନନ୍ଦ ସରସ୍ୱତୀ ପ୍ରତିଷ୍ଠା କରିଥିଲେ । ତଦୀୟ ଶିଷ୍ୟ ଜଗତଗୁରୁ ଶ୍ରୀଧର ସ୍ୱାମୀ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ମଠରେ ନୃସିଂହମନ୍ତ୍ର ଜପ ପୂର୍ବକ ଚତୁର୍ଦ୍ଦଶବିଦ୍ୟାର ଅଧିକାରୀ ହୋଇଥିଲେ । ଏହି ମହାତ୍ମା ବ୍ରହ୍ମଚାରୀ ମଠରେ ଶ୍ରୀମଦ୍ ଭାଗବତ, ଗୀତା ଓ ବିଷ୍ଣୁ ପୁରାଣର ବିଶ୍ୱପ୍ରସିଦ୍ଧ ଟିକାମାନ ରଚନା କରିଥିଲେ । ବିଶ୍ୱନାଥ ମନ୍ଦିର ଓ ବ୍ରହ୍ମଚାରୀ ମଠ ମଧ୍ୟସ୍ଥଳରେ ଶ୍ରୀଧର ସ୍ୱାମୀଙ୍କ ସମାଧି ରହିଅଛି । ମଠ ନିକଟରେ ଅନ୍ୟାନ୍ୟ ସାଧୁଙ୍କର ମଧ୍ୟ ସମାଧି ରହିଛି । ଏହି ମଠକୁ ପ୍ର୍ରଥମ ନରସିଂହ ଦେବଙ୍କ ପୁତ୍ର ଭାନୁଦେବ ମଠତେନ୍ତୁଳିଆ, ସଡ଼ଙ୍ଗୀ ଓ କଇଥା ଗ୍ରାମରେ ଭୂସଂପର୍ତ୍ତି ଦାନ କରିଥିଲେ । ବର୍ତ୍ତମାନ ସଡ଼ଙ୍ଗୀ ଗ୍ରାମରେ ଶ୍ରୀଧର ସ୍ୱାମୀ ସ୍ମୃତି ବୈଷୟିକ ମହାବିଦ୍ୟାଳୟ ସଂସ୍ଥାପିତ । ପୁରୀ ଶଙ୍କରାନନ୍ଦ ମଠରୁ କୋ÷ଣସି ସାଧୁ କପିଳାସ ବ୍ରହ୍ମଚାରୀ ମଠକୁ ନ ଆସିବାରୁ ମଠଟି ଢେଙ୍କାନାଳ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ । ପୁରୀ ଶଙ୍କରାଚାର୍ଯ୍ୟଙ୍କ ପୀଠ ଓ ଶଙ୍କରାନନ୍ଦ ମଠ ସହିତ କପିଳାସର ବ୍ରହ୍ମଚାରୀ ମଠ ଅଙ୍ଗାଙ୍ଗୀ ଭାବରେ ଜଡିତ । ଏହି ମଠରେ ଭୁବନେଶ୍ୱରୀ ସହିତ ଗୁରୁଣ୍ଡି ଗୋପାଳ, ଗିରିଧାରୀ ଗୋବର୍ଦ୍ଧନ ଅନେକ ଶାଳଗ୍ରାମ ପୂଜା ପାଉଛନ୍ତି । ମଠତେନ୍ତୁଳିଆ ଠାରେ ମଧ୍ୟ ବାଲାଜୀ ପୂଜା ପାଉଛନ୍ତି । ନାରାୟଣ ମନ୍ଦିରର ଉତ୍ତରକୁ ହରିହର ମଠ ରହିଅଛି । କପିଳାସ ହରିହର ଉପାସନାର ମୁଖ୍ୟକେନ୍ଦ୍ର ହୋଇଥିବାରୁ ଏହି ମଠ ପ୍ରାଚୀନ କାଳରୁ ପ୍ରତିଷ୍ଠିତ ହୋଇଥିବା ବିଶ୍ୱାସ କରାଯାଏ । ବିଦ୍ୟାଧରପୁର ଗ୍ରାମରେ ହରିହର ମଠର ଭୂସଂପତ୍ତି ରହିଛି । ଏହି ମଠ ମଧ୍ୟ କପିଳାସରେ ହେଉଥିବା ଭୋଗରୁ ଖୋଇ ପାଇଥାଏ । ମଠ ନିକଟରେ ହରିହରକୁଣ୍ଡ ରହିଅଛି । ନାରାୟଣ ମନ୍ଦିର ନିକଟରେ ନୂତନ ଭାବରେ ସୀତାରାମ ମଠ ସ୍ଥାପିତ ହୋଇଛି । ନାରାୟଣ ମନ୍ଦିର ଓ ବିଶ୍ୱନାଥ ମନ୍ଦିର ମଧ୍ୟ ସ୍ତଳରେ ଗୋଟିଏ ଯଜ୍ଞ ମଣ୍ଡପ ରହିଅଛି । ଏହି ଯଜ୍ଞ ମଣ୍ଡପରେ ଶିବରାତ୍ରିରେ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥାଏ । ପାବଛ ରାସ୍ତା ପାଶ୍ୱର୍ରେ ବାସୁଦେବ ଦାସ ବା ତଳମଠ ବିଦ୍ୟମାନ । ଏହି ମଠରେ ପ୍ରତିଷ୍ଠା କାଳରୁ ଧ୍ୱନି ପ୍ରଜ୍ୱଳିତ ରହୁଥିବାରୁ ଏହାକୁ ଧୂନିମଠ କୁହାଯାଏ । ବାସୁଦେବ ଦାସ ନାମକ ଜଣେ ରାମାନନ୍ଦୀ ସାଧୁ ସପ୍ତଦଶ ଶତାବ୍ଦୀରେ ଏହି ମଠ ସ୍ଥାପନ କରିଥିଲେ । କତକମଡ଼ାଖମାର ଗ୍ରାମରେ ମଠର ଭୂସଂପତ୍ତି ରହିଛି । ଅଯୋଧ୍ୟା, ଚିତ୍ରକୂଟ, କାଶୀ, ପ୍ରୟାଗ, ମିଥିଳା, ହରଦ୍ୱାର, ବଦ୍ରିନାଥ ଓ ପୁରୀ ପ୍ରଭୃତି ତୀର୍ଥରୁ ସେମାନନ୍ଦୀ ସାଧୁଗଣ ଏହି ମଠକୁ ଆସିଥାନ୍ତି । ଏହି ମଠ ନିକଟରେ ମହାବୀର କୁଣ୍ଡ ଓ ପାବଚ୍ଛ ରାସ୍ତା ପାଶ୍ୱର୍ରେ ମଙ୍ଗଳା ମନ୍ଦିର ରହିଅଛି । ମଠ ନିକଟରେ ଗୋଟିଏ ଧର୍ମଶାଳା ନିର୍ମାଣ କରାଯାଇଛି । ମଠ ଗୁଡିକ ବ୍ୟତୀତ କପିଳାସ ପର୍ବତ ଶ୍ରେଣୀରେ ବହୁ ଗୁମ୍ଫା ବା ଗିରିକନ୍ଦର ରହିଅଛି । ଏହି ଗିରିକନ୍ଦରରେ ବହୁ ସାଧୁ ଲୋକଲୋଚନ ଅଗୋଚରରେ ରହି ସାଧନାରତ । ଗୁମ୍ଫାମାନଙ୍କ ମଧ୍ୟରେ କେନ୍ଦୁପାଣିଆ, ଆତେଣ୍ଡି ପାଣିଆ, ସୀତାଙ୍କ ଏନ୍ତୁଡିଶାଳ ଓ ପାଦପଦ୍ମ ଗୁମ୍ଫା ପ୍ରଭୃତି ପ୍ରସିଦ୍ଧ । ପାଦପଦ୍ମ ଗୁମ୍ଫାରେ ଦୁଇଜଣ ଉଗ୍ରତପସ୍ୱୀଙ୍କର ପଦଚିହ୍ନ ରହିଥିବାରୁ ଏହାକୁ ପାଦପଦ୍ମ ଗୁମ୍ଫା କୁହାଯାଉଛି ।
କପିଳାସର ପାଦଦେଶରେ ଦେଓଗାଁ ଅବସ୍ଥିତ । ପୂଜାପଣ୍ଡା, ସୂପକାର, ଚିନ୍ତାପତ୍ରୀ, ମାଳୀ ଓ ଅନ୍ୟାନ୍ୟ ସେବକଙ୍କର ଏହି ଗ୍ରାମ ନିବାସ ସ୍ଥଳୀ । ଏଠାରେ ଗୋଟିଏ ବଳଦେବ ଜୀଉ ମନ୍ଦିର ରହିଛି । ଏହି ମନ୍ଦିରର ବୈଚିତ୍ର୍ୟ ହେଉଛି ମୁଖଶାଳାଟି ମନ୍ଦିର ଠାରୁ ବଡ । ମନ୍ଦିରରେ ଶ୍ରୀ ବଳଦେବଜୀଉ ଓ ଶ୍ରୀଜଗନ୍ନାଥ ପୂଜିତ । ସୁଭଦ୍ରା ମୂର୍ତ୍ତିଟି ପୂଜା ନହୋଇ ମନ୍ଦିରର କୋଣରେ ରହିଛି । ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ପରିସରରେ ଶ୍ରୀଚନ୍ଦ୍ରଶେଖରଙ୍କ ଅଷ୍ଟଖମ୍ବ ବିବାହ ମଣ୍ଡପ ବିଦ୍ୟମାନ । କପିଳାସରୁ ବିଜେ ପ୍ରତିମା ଆସି ଏହି ମଣ୍ଡପରେ ଶିବ ପାର୍ବତୀଙ୍କର ବିବାହୋତ୍ସବ ଅନୁଷ୍ଠିତ ହୁଏ । ଏହି ମନ୍ଦିରର ଅନତି ଦୂରରେ ଗୋଟିଏ କଦମ୍ବ ମୂଳରେ ଏକ ଶିବଲିଙ୍ଗ ପୂଜିତ । ଏହାଙ୍କୁ କଦମ୍ବଜେନା କୁହାଯାଏ । ପ୍ରୋକ୍ତ ଶିବଲିଙ୍ଗ ସାକ୍ଷାତ ଚନ୍ଦ୍ରଶେଖରଙ୍କ ମାନ୍ୟତା ପାଇଥାନ୍ତି । ଏହା ବ୍ୟତୀତ ଦେଓଗାଁରେ ଠାକୁରଙ୍କର ସରଘର, ଚନ୍ଦନପୋଖରୀ, ଶିବସାଗର ଓ ଯାତ୍ରା ପଡିଆ ରହିଛି । ପର୍ବତର ପାଦଦେଶରେ ମୃଗବିହାର ଓ ବିଜ୍ଞାନ ଉପବନ ନୂତନ ଭାବରେ ପ୍ରତିଷ୍ଠିତ । ଦେଓଗାଁ ଠାରେ ପର୍ଯ୍ୟଟନ ବିଭାଗ ପାନ୍ଥଶାଳା ନିର୍ମାଣ କରିଛନ୍ତି । ପର୍ବପର୍ବାଣି ଓ ଯାତ୍ରା ସମୟରେ ଚନ୍ଦ୍ରଶେଖର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମା ଦେଓଗାଁକୁ ମହାସମାରୋହରେ ବିଜେ ହୋଇଥାନ୍ତି । କପିଳାସ ପୀଠ ଓ ସମଗ୍ର ବନାଞ୍ଚଳକୁ ‘ହରଉଦ୍ୟାନ’ ନାମରେ ନାମିତ କରାଯାଇଛି । ଏହି ସଂରକ୍ଷିତ ବନାଞ୍ଚଳରେ ପ୍ରଚ୍ଛନ୍ନ ଭାବରେ ସପ୍ତମାତୃକା ବିରାଜମାନ । ଚିନ୍ତାପତ୍ରୀମାନେ ଏହି ସପ୍ତମାତୃକାଙ୍କ ପୂଜା ଗୁପ୍ତରେ କରିଥାଆନ୍ତି । ଦେଓଗାଁଠାରେ ମହାସମାରୋହରେ ରଥଯାତ୍ରା ହୁଏ । ଭାରତୀୟ ଆଧ୍ୟାତ୍ମିକ ଜଗତରେ କପିଳାସ ଏକ ମହାନ କଳ୍ପଦ୍ରୂମ ଅଗଣିତ ଭକ୍ତଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଆକର୍ଷଣ କରିଆସିଛି ।
ଆନନ୍ଦନଗର କାଠଗଡା
ଢେଙ୍କାନାଳ, ମୋ-୮୮୯୫୭୩୦୭୨୨