ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ 

ଢେଙ୍କାନାଳ: ଉଫୁନା ପକ୍ଷରୁ ଉକ୍ରଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଉଫୁନାର ଅଧ୍ୟକ୍ଷ ତଥା ସର୍ବଭାରତୀୟ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ଯୋଗ ଦେଇ କହିଲେ ଯେ, ଡଃ. ମହତାବ ଆଧୁନିକ ଓଡିଶା ନିର୍ମାତା ଏବଂ ସେ ଜଣେ ଉଚ୍ଚସ୍ତରୀୟ କଟୁନୀତିଜ୍ଞ ଥିଲେ । ମୁଖ୍ୟବକ୍ତା ଭାବେ କବି ବାହାଦୂର ପାଟ୍ଟସାହାଣୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଲୋକ ସଂପର୍କ ଅଧିକାରୀ ଡକ୍ଟର ପ୍ରମୋଦକ ନାୟକ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଶତପଥୀ, ପରିବେଶ୍ବିତ୍ ଉପେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ମହତାବ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଡଃ.ହରେକୃଷ୍ଣ ମହତାବଏକାଧାରରେ ରାଜନୀତିଜ୍ଞ, ସମାଜସେବୀ, ସାହିତି୍ୟକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତେଣୁ ତାଙ୍କୁ ଭାରତରତ୍ନ ଉପାଧି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ନେତା ପ୍ରେମାନନ୍ଦ ଶତପଥୀ, ଇଂ ଯୁଧିଷ୍ଠିର ସାହୁ, ତରୁଣ ବିଶ୍ୱାଳ, ଇଂ. ଅବିନାଶ ଦାସ, ପ୍ରାକୃତିକ ଚିକିତ୍ସାର ପରିଚାଳକ ପୀତବାସ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଫୁନା କାର୍ଯ୍ୟାଳୟ ସଂପାଦକ ବିଚିତ୍ରାନନ୍ଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ବିପିନି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।