ପ୍ରଧାନମନ୍ତ୍ରୀ ଫସଲ ବୀମା ନେଇ ଆଲୋଚନା

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ କୃଷି ସମବାୟ ସମିତିରେ ପଞ୍ଜୀକରଣ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ବିଆରସିଏସ ପ୍ରଭାକର ନାୟକ ଓ ଏଆରସିଏସ୍ ଯୋଗେନ୍ଦ୍ର ବିଶ୍ୱାଳଙ୍କ ସହିତ ଆଲୋଚନା କରାଯାଇଛି । ପ୍ୟାକ୍ସ ସଂଘର ସଭାପତି ବୈରାଗୀ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଚିଦାନନ୍ଦ ଦାସ, ଅସିତ କୁମାର ବେହୁରିଆ, ସୁବୋଧ କୁମାର ଲେଙ୍କା, ଗୈାରାଙ୍ଗ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଂପାଦକ ମାନଙ୍କର କ୍ୟାଡର ରୁଲ, ଧାନ ପିକରଣ ସମସ୍ୟା, ପ୍ରଧାନମନ୍ତ୍ରୀ ଫସଲ ବୀମା ସମସ୍ୟା ଓ ପ୍ୟାକ୍ସର ଅନ୍ୟାନ୍ୟ ଯୋଜନା ଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହାକୁ ସମାଧାନ କରିବା ପାଇଁ ଉଦ୍ୟମ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଶାନ୍ତ କୁମାର ସ୍ୱାଇଁ, ମନୋରଞ୍ଜନ ସାହୁ, ସୁବ୍ରତ  କୁମାର ନାୟକ, ବିଜୟ କୁମାର ବାରିକ, ଶ୍ରୀକାନ୍ତ କୁମାର ସେଠୀ, ଅଜିତ ବନ୍ଧୁ ସାମନ୍ତରାୟ ପମୁଖ ଉପସ୍ଥିତ ଥିଲେ ।