ଗୋଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ବିକଳ ଚିତ୍ର : ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା 

 ଗୋଲାମୁଣ୍ଡା  : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର ସାମ୍ନାକୁ ଆସିଛି  । ରୋଗୀସେବାକୁ ସରକାର ଗୁରୁତ୍ୱ ଦେଉଥିବା କହି ଦିଣ୍ଡିମ ପିଟୁଥିବା ବେଳେ ଗୋଲମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି   । ଗୋଲମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନା ପ୍ରଚାର ପ୍ରସାରରେ ଅନୁଷ୍ଠିତ ହୋଇଥିଲା ଆୟୁଷ୍ମାନ ଆରୋଗ୍ୟ ଶିବିର  । ସ୍ନାୟୁ ରୋଗ ବିଶେଷଜ୍ଞ ଡା. ରଞ୍ଜିତ କୁମାର ବେହେରା ସକାଳ ୯:୦୦ ଟା ପରିବର୍ତ୍ତେ ୩ ଘଣ୍ଟା ବିଳମ୍ବରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିଥିଲେ  । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ଦେଖିବାକୁ ଚକାଚକ ଥିବାବେଳେ ଭିତରେ କିନ୍ତୁ ଫମ୍ପା  । ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବା ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନଥିଲା ଲାଇଟ୍ ଯାହାଫଳରେ ମୋବାଇଲ ଓ ଟର୍ଚ୍ଚ ଲାଇଟ୍ ମାଧ୍ୟମରେ ଚାଲିଲା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  । ପ୍ରଚାର ପ୍ରସାର ଅଭାବ ଯୋଗୁ ଜାଣି ପାରିନଥିଲେ ଜନ ସାଧାରଣ ଯାହା ଫଳରେ ଦୁରଦୁରାନ୍ତ ରୋଗୀ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି  ।ଏଥିସହିତ ବିଶେଷଜ୍ଞ ଡ଼ାକ୍ତରଙ୍କ ରୋଗୀ ପ୍ରତି ଖରାପ ବ୍ୟବହାର ସହ ଦୁଃବ୍ୟବହାର ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା   । ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟାକୁ ନେଇ ଖବର ପ୍ରସାରିତ ହେଲେ ମଧ୍ୟ କୌଣସି ପରିବର୍ତ୍ତନ ନହେବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରର ବିଷୟ  ।