ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିଲା କଂଗ୍ରେସ

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ । ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର । କହିଲେ , ପୀଡ଼ିତାଙ୍କ ବୟାନ ବାରମ୍ବାର ରେକର୍ଡ କରାଯାଇଛି । ୬ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଥିଲେ । କେମିତି ତାଙ୍କ ମୃତ୍ୟୁ ହେଲା ? ଏହା ଆତ୍ମହତ୍ୟା ନୁହେଁ , ଷଡଯନ୍ତ୍ର କରି ହତ୍ୟା।   କଂଗ୍ରେସ ନେତ୍ରୀ କହିଛନ୍ତି , ଝିଅର ବାପା କହୁଛନ୍ତି ଝିଅର ମାନସିକ ସ୍ଥିତି ଠିକ ନଥିଲା । ଅନ୍ୟପଟେ  ପୁଲିସ କହୁଛି କାହାର ସମ୍ପୃକ୍ତି ନାହିଁ । ସରକାର ଏହି ମାମଲାକୁ ଚାପି ଦେବାକୁ ଚାହୁଛନ୍ତି । ୭ ଦିନ ଭିତରେ ଡିଜି ଯଦି ମାମଲାର ସମ୍ପୃକ୍ତି ଥିବା ୩ ଅଭିଯୁକ୍ତଙ୍କୁ ନ ଧରିଲେ ଡିଜି ଅଫିସ ଘେରାଉ କରିବୁ । ପୁଲିସର ହଠାତ ରାତି ଅଧିଆ ଟ୍ୱିଟ୍‌ ଅନେକ ସନ୍ଦେହ ସୃଷ୍ଟି କରୁଛି । ଆକାଶରୁ ନିଆଁ ପଡି କଣ ପୀଡିଡା ଙ୍କ ମୃତ୍ୟୁ ହେଲା ? ପୀଡ଼ିତାଙ୍କ ଷ୍ଟେଟମେଣ୍ଟର ଭିଡିଓ ରେକର୍ଡିଙ୍ଗ ସାମ୍ନାକୁ ଅଣା ଯାଉ । ସରକାର ଘଣ୍ଟ ନ ଘୋଡ଼ାଇ ଅଭିଯୁକ୍ତଙ୍କୁ ଧରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଲା ବିଜେପି । କହିଲା , ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ । ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ , ଏହା ହୀନ ରାଜନୀତି । ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଏଭଳି ସ୍ଥିତିରେ ବିଜେଡ଼ି ଓ କଂଗ୍ରେସ ରାଜନୀତି କରନ୍ତୁ ନାହିଁ । ଯେଉଁମାନେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନେ ଓଡ଼ିଶାର ଡେମୋଗ୍ରାଫି ଜାଣିନାହାନ୍ତି । ଓଡ଼ିଶା ୟୁପି କି ବିହାର ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରିଥିଲେ କି ? ପ୍ରମିଳା ମଲ୍ଲିକଙ୍କ ଘରେ ଜଣେ ମରି ଯାଇଥିଲେ । ତା ଉପରେ କହିବେ କି ? ଟିକୁନି ସାହୁ ନିଜ ସ୍ଵାମୀଙ୍କ ହତ୍ୟା ପରେ କେଉଁ ଲାଭ ଲୋଭ ଉପରେ ଚୁପ୍ ରହିଥିଲେ । ଲେଖାଶ୍ରୀଙ୍କୁ ଅଭ୍ୟାସ ଗତ ବିରୋଧୀ ବୋଲି  ମନୋଜ କହିଲେ ।