ଜବରଦଖଲ ନେଇ ଗଣ୍ଡଗୋଳ; ୪ ଆହତ

 କୁଆଖିଆ: ଏହିଥାନା ଅନ୍ତର୍ଗତ ପ୍ରଥମାଖଣ୍ଡ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ମନ୍ଦିର ରାସ୍ତାକୁ ଜବରଦଖଲ କରି ସେଥିରେ ପକ୍କା ଘର ନିର୍ମାଣକୁ ନେଇ ଗଣ୍ଡଗୋଳ ଘଟି ୪ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଗ୍ରାମର ରାଧାକୃଷ୍ଣ ଓ ମଙ୍ଗଳା ମନ୍ଦିରର ବିବାଦୀୟ ୧୫କଡି ସଦର ରାସ୍ତାକୁ ମଡାଇ ସେହି ଗ୍ରାମର ଅଜୟ ଗୁଇଁ, ରାଜ କିଶୋର ଗୁଇଁପି-ନବକିଶୋର, ସାମ ଗୁଇଁ, ଭରତ ଗୁଇଁ, ନିରଞ୍ଜନ ଗୁଇଁ ସୁବ୍ରତ ଗୁଇଁ ପି-କୁଶମଣୀ ମିଳିତ ଭାବେ ଆଜି ୧୦ଟା ସମୟରେ ସ୍ଥାୟୀ ଘର ନିର୍ମାଣ ସକାଶେ ଢଳେଇ ପିଲାର୍ ଉଠାଇ କାମ କରୁଥିଲେ । ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବାରୁ ଜବରଦଖଲକାରୀ ଗ୍ରାମର ମହିଳା ମାନଙ୍କୁ ଢେଲା ପଥର ଓ ଠେଙ୍ଗାବାଡିରେ ଆକ୍ରମଣ କରିଥିଲେ । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଗୋଲକବିହାରୀ ଚାନ୍ଦ, ଜୟରାମ ଚାନ୍ଦ, ସକୁନ୍ତଳା ଚାନ୍ଦ, ଲକ୍ଷ୍ମୀ ଚାନ୍ଦ ସହିତ ୫ଜଣ ଆହତ ହୋଇଥିବାବେଳେ ପ୍ରତିପକ୍ଷରୁ ଜଣେ ଆହତ ହୋଇଥିଲେ । ଆହତମାନଙ୍କୁ ଧର୍ମଶାଳା ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ପୁଲିସ୍ ଉଭୟ ପକ୍ଷଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ତେବେ ଘଟଣା ପୂର୍ବରୁ ଗ୍ରାମବାସୀ ଉକ୍ତ ରାସ୍ତା ଅବରୋଧ ସମ୍ପର୍କରେ ଥାନା ଅଧିକାରୀ ଏବଂ ରସୁଲପୁର ତହସିଲଦାରଙ୍କୁ ଅବଗତ କରାଇବା ପରେ ସେଠାରେ ୧୪୪ଜାରି କରା ଯାଇଥିଲା ଓ ଏହି ମାମଲା ଚଳିତ ମାସ ୫ତାରିଖରେ ସମାଧାନ ନିମନ୍ତେ ସ୍ଥିର ହୋଇଥିବାବେଳେ ଜବରଦଖଲକାରୀ ଉକ୍ତ ନିଦେ୍ର୍ଦଶକୁ ଅବମାନନା କରି ୨ତାରିଖରେ ଘର କରିବାରୁ ଗଣ୍ଡଗୋଳର ସୁତ୍ରପାତ ଘଟିଥିଲା ବୋଲି ଜଣାପଡିଛି ।