ପୁଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ
ଅନୁଗୁଳ: ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ପୁଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାରେ କିପରି ଆଇନ୍ ଶୃଙ୍ଗଳା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା, ମହିଳାମାନଙ୍କ ସୁରକ୍ଷା, ଲିଙ୍ଗ ନିରୁପଣକୁ ସମ୍ପୂର୍ଣ୍ଣ ନିଷେଧ କରିବା, ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରିବା, ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା,ସଡକ ଦୁର୍ଘଟଣାରେ ସାହାଯ୍ୟ କରୁଥିବା ଗୁଡ ସମାରିଟାନମାନଙ୍କୁ ପ୍ରୋସôାହିତ କରିବା, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା, ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ତୁରନ୍ତ ଫଇସଲା କରିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଆଇଏଏସ୍ ପ୍ରୋବେସନର କସ୍ତୁରୀ ସା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ରାୟଗୁରୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜିବ ଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।