ଜାମିନ ଆଇନରେ ସଂସ୍କାର ଜରୁରି
ଗଙ୍ଗାଧର ସାମଲ : ସଭ୍ୟ ଓ ଗଣତାନ୍ତ୍ରିକ ସମାଜରେ ଅପରାଧ ନିୟନ୍ତ୍ରଣ, ଦଣ୍ଡବିଧି ଆଇନ ଓ ଅପରାଧୀ ମାନଙ୍କ ପୁନର୍ବାସ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆଇନର ଶାସନରେ ଅପରାଧ ଅଭିଯୁକ୍ତମାନଙ୍କୁ ନିଦେ୍ର୍ଦାଷ ବୋଲି ସେ ପର୍ଯ୍ୟନ୍ତ ଧରାଯିବ, ଯେ ପର୍ଯ୍ୟନ୍ତ ସେମାନେ ଅଦାଲତ ବିଚାର ପ୍ରକ୍ରିୟାରେ ଦୋଷୀ ସାବ୍ୟସ୍ତ ନହୋଇଛନ୍ତି । ତେଣୁ କୁହାଯାଏ ସେ ହଜାରେ ଜଣ ଦୋଷୀ ପଛେ ଖଲାସ ହୋଇଯାଆନ୍ତୁ ଜଣେ ନିଦେ୍ର୍ଦାଷକୁ ଦଣ୍ଡ ଦିଆ ନଯାଉ । କିନ୍ତୁ ଆମ ବିଚାର ପ୍ରକ୍ରିୟା ଏତେ ବିଳମ୍ବିତ ହୋଇଯାଉଛି ଯେ ଦୋଷୀ ନିଦେ୍ର୍ଦାଷ ଉଭୟେ ବହୁବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲରେ ଶଢ଼ୁଛନ୍ତି । କାରଣ ବିଚାର ପ୍ରକ୍ରିୟାର ଲକ୍ଷ୍ୟ ହେଲା କାହାକୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ତାହାର ଅପରାଧ ସବୁପ୍ରକାର ସନେ୍ଦହର ଊଦ୍ଧ୍ୱର୍ରେ ପ୍ରମାଣିତ ହେବା ଆବଶ୍ୟକ ।
ଏଭଳି ବିଳମ୍ବିତ ବିଚାର ପ୍ରକ୍ରିୟାର ପୃଷ୍ଠଭୂମିରେ ଅପେକ୍ଷାକୃତ କମ ଜଘନ୍ୟ ଅପରାଧରେ ଅଭିଯୁକ୍ତ ଓ ପ୍ରଥମ ଦୃଷ୍ଟିରେ ନିଦେ୍ର୍ଦାଷ ଜଣାପଡ଼ୁଥିବା ଅଭିଯୁକ୍ତ ମାନଙ୍କୁ ଆଇନରେ ଜାମିନ ଦେବାର ବ୍ୟବସ୍ଥା ରହିଛି । ଜାମିନର ଅର୍ଥ ହେଲା ଅଭିଯୁକ୍ତ ବ୍ୟକ୍ତି କେତେକ ସର୍ତ୍ତଭିତ୍ତିରେ ବିଚାରାଧୀନ ଜେଲରୁ ମକ୍ତି ପାଇବେ ଏବଂ ଆବଶ୍ୟକ ପଡ଼ିଲେ ଫଏସଲା ହେବା ପର୍ଯ୍ୟନ୍ତ ଅଦାଲତ ନିଦେ୍ର୍ଦଶରେ ହଜାର ହେବେ । ଜାମିନ ଦେବା ଅଧିକାର ଜିଲ୍ଲାସ୍ତରୀୟ ବିଚାରପତିମାନଙ୍କ ଠାରୁ ଆରମ୍ଭ କରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଚାରପତି ମାନଙ୍କର କ୍ଷମତା ଆଇନରେ ରଖାଯାଇଛି । କିନ୍ତୁ ଜାମିନ ବ୍ୟବସ୍ଥାର ଉପଯୋଗ ଜିଲ୍ଲାସ୍ତରୀୟ ଅଦାଲତ ମାନଙ୍କରେ ଠିକ ଭାବେ ହୋଇପାରୁନାହିଁ ବୋଲି ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ନିକଟରେ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମତରେ ଜିଲ୍ଲାସ୍ତରୀୟ ବିଚାରପତିମାନେ ଜାମିନ ବ୍ୟବସ୍ଥାର ପୂର୍ଣ୍ଣ ଭାବେ ପାଳନ କରିବାକୁ ହୁଏତ ଭରସି ପାରୁନାହାନ୍ତି । ତେଣୁ ରୁଟିନ ଉପାୟରେ କେସ ତାରିଖ ଘୁଞ୍ଚô ଯାଉଛି ଏବଂ ବିଚାରାଧୀନ ବ୍ୟକ୍ତି ଜାମିନ ନ ପାଇ ଜେଲ ଭିତରେ ବନ୍ଦୀ ହୋଇ ରହୁଛନ୍ତି । ମୁଖ୍ୟ ବିଚାରପତିଙ୍କ ଏହି ବକ୍ତବ୍ୟ ଆମ ନ୍ୟାୟପାଳିକା ବ୍ୟବସ୍ଥାର ଏକ ଦୁର୍ବଳତାକୁ ସୂଚାଉଛି । ଏହାଫଳରେ ଅଭିଯୁକ୍ତମାନେ ଜାମିନ ପାଇଁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଆମେ ଜାଣୁ ଯେ ଆମ ଦେଶରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଜାମିନ ପାଇଁ ଯିବାକୁ କେଳ ମୁଷ୍ଟିମେୟ ଲୋକଙ୍କ ପାଖରେ ଧନ ବଳ ଓ ଶକ୍ତି ରହିଛି । ଅଧିକାଂଶ ସାଧାରଣ ଓ ଗରିବ ଲୋକ ଉଚ୍ଚ ଅଦାଲତକୁ ଯାଇ ନପାରି ଅକାରଣେ ବିଚାରାଧୀନ କଏଦୀ ଭାବେ ରହିବାକୁ ବାଧ୍ୟ ହେଉଛନ୍ତି । ସେଥିପାଇଁ ଆମ ଦେଶର ଜେଲ ମାନଙ୍କରେ ଅପରାଧୀ ରହିବା ପାଇଁ ସ୍ଥାନ ଅଭାବ ପଡ଼ୁଛି । ଜେଲରେ ରହୁଥିବା ମୋଟାମୋଟି ତିନି ଚତୁର୍ଥାଂଶ ବନ୍ଦୀ ହେଉଛନ୍ତି ବିଚାରାଧୀନ କଏଦୀ । ଦେଶରେ ବିଭିନ୍ନ ଅଦାଲତ ମାନଙ୍କରେ ମୋଟ ବିଚାରାଧୀନ ମାମଲା ବହୁ ବର୍ଷ ଧରି ଏକ ବିପୁଳ ସଂଖ୍ୟାରେ ପହଞ୍ଚô ସାରିଛି । ଏହା ସାଙ୍ଗକୁ ଜଜ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ସୁପ୍ରିମକୋର୍ଟରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ହାଇକୋର୍ଟ, ଜିଲ୍ଲା ଓ ନିମ୍ନ ଅଦାଲତ ମାନଙ୍କରେ ଲକ୍ଷ ଲକ୍ଷ ମାମଲା ବାକି ରହିଛି । ସୁପ୍ରିମକୋର୍ଟ ୱେବସାଇଟରେ ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ ଗତ ବର୍ଷ ନଭେମ୍ବର ୧ ତାରିଖ ସୁଦ୍ଧା ସୁପ୍ରିମକୋର୍ଟରେ ୬୯୭୮୧ ମାମଲା ବିଚାରାଧୀନ ରହିଛି । ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜୁ ରାଜ୍ୟସଭାରେ ଦେଇଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୨୫ ତାରିଖ ସୁଦ୍ଧା ବିଭିନ୍ନ ରାଜ୍ୟ ହାଇକୋର୍ଟରେ ମୋଟ ବିଚାରାଧୀନ ମାମଲା ସଂଖ୍ୟା ୫୯ଲକ୍ଷ ୫୫ ହଜାର ୮୭୩ । ଦେଶର ଜିଲ୍ଲା ଓ ଅଧସ୍ତନ କୋର୍ଟ ମାନଙ୍କରେ ୪କୋଟି ୮୩ଲକ୍ଷ ମାମଲା ବିଚାରାଧୀନ ଅଛି । ଏଥିରୁ ଆମ ବିଚାର ବ୍ୟବସ୍ଥା ଉପରେ ବିଚାରାଧୀନ ମାମଲାର ବୋଝ ସହଜେ ଅନୁମେୟ ।
ଆଇନ ଅନୁସାରେ ଜାମିନକୁ ଅଗ୍ରାଧିକାର ଦେବା କଥା, ଜେଲକୁ ନୁହେଁ । କିନ୍ତୁ ଆମ ଦେଶରେ ପୁଲିସ ବ୍ୟବସ୍ଥା ସ୍ୱଚ୍ଛ ନୁହେଁ । ଅନେକ ମାମଲାରେ ରାଜନୈତିକ ଚାପରୁ ହେଉ ବା ଦୁର୍ନୀତିର ପରିଣାମ ସ୍ୱରୂପ ଅନେକ ନିଦେ୍ର୍ଦାଷଙ୍କୁ ପୁଲିସ ବିଭିନ୍ନ ମାମଲା ଆଳରେ ବାନ୍ଧି ପକାନ୍ତି ଓ କୋର୍ଟକୁ ଚାଲାଣ କରନ୍ତି । ଅଧିକାଂଶତଃ ଏଭଳି ମାମଲାରେ ପୁଲିସର ଅଭିଯୋଗ ଫର୍ଦ୍ଦ ବା ଚାର୍ଜସିଟ ଅପୂର୍ଣ୍ଣ ରହିଥାଏ । ଏଭଳି ଅଭିଯୁକ୍ତମାନଙ୍କୁ ଜାମିନ ସହଜରେ ମିଳିବା କଥା । କିନ୍ତୁ ଜିଲ୍ଲାସ୍ତରୀୟ ବିଚାରପତିମାନେ ଯଦି ଆଇନରେ ଥିବା ଜାମିନ କ୍ଷମତାର ସମ୍ପୂର୍ଣ୍ଣ ସଦବ୍ୟବହାର କରିବାକୁ ପଛେଇବେ ତେବେ ସେହି ମାମଲାରେ ଫସିଥିବା ନିଦେ୍ର୍ଦାଷ ବ୍ୟକ୍ତିଟି ଯଦି ଗରିବ କିମ୍ବା ପଛୁଆବର୍ଗର ହୋଇଥାଏ ତେବେ ଜାମିନ ପାଇଁ ଉପରକୋର୍ଟକୁ ଯିବା ତା ପକ୍ଷରେ ସ୍ୱପ୍ନ ହୋଇପଡ଼େ । କାନମୁଣ୍ଡା ଆଉଁଷି ତାକୁ ବିଚାରାଧୀନ କଏଦୀ ଭାବେ ବର୍ଷ ବର୍ଷ ଧରି ଜେଲରେ ରହିବାକୁ ପଡ଼ିପାରେ । ଯଦି ମାମଲାଗୁଡ଼ିକ ତୁରନ୍ତ ବିଚାର ହୋଇପାରୁଥାନ୍ତା ତାହେଲେ ହୁଏତ ସେମାନଙ୍କ ମଧ୍ୟରୁ ଅନେକ ନିଦେ୍ର୍ଦାଷରେ ଖଲାସ ହୋଇପାରନ୍ତେ । ଅଦାଲତରେ ନିୟମିତ ବିଚାର ହେଲେ ମଧ୍ୟ ଆମ ଦେଶରେ ହତ୍ୟା ଭଳି ଜଘନ୍ୟ ଅପରାଧରେ ପ୍ରାୟ ୪୦ ପ୍ରତିଶତ ଅଭିଯୁକ୍ତ ହିଁ ଦଣ୍ଡିତ ହେଉଛନ୍ତି ।
ଆମ ନ୍ୟାୟିକ ପ୍ରକ୍ରିୟାରେ ଏହି ଯେଉଁ ଅନ୍ଧାରୁଆ ଦିଗଟି ରହିଛି ସେଥିରେ ଉପଯୁକ୍ତ ସଂସ୍କାର ନ ଆଣିଲେ ବର୍ଷ ବର୍ଷ ଧରି ନିଦେ୍ର୍ଦାଷ ବ୍ୟକ୍ତିମାନେ ଜାମିନ ଅଭାବରେ ଜେଲ ଦଣ୍ଡ ଭୋଗୁଥିବେ । ଏଥିନିମନ୍ତେ ଜିଲ୍ଲାସ୍ତରୀୟ ବିଚାରପତିମାନଙ୍କ ପାଇଁ ଆଇନଗତ ମାର୍ଗଦର୍ଶିକା ଆବଶ୍ୟକ । ଉଚ୍ଚତମ ଅଦାଲତ ଏହାପୂର୍ବରୁ ଅନେକ ବାର ଜାମିନ ପ୍ରଣାଳୀରେ ଥିବା ଦୁର୍ବଳତା ବିଷୟରେ ଆଲୋକପାତ କରିଛନ୍ତି । ବିଚାରାଧୀନ କଏଦୀମାନଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ମଧ୍ୟ ଆଇନରେ ଉପଯୁକ୍ତ ସଂଶୋଧନ କରିବାକୁ ପରାମର୍ଶ ଦେଇସାରିଛନ୍ତି । ମୁଖ୍ୟ ବିଚାରପତିଙ୍କ ସଦ୍ୟତମ ମନ୍ତବ୍ୟକୁ ସଂସଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସମୀକ୍ଷା ଅବିଳମ୍ବେ କରାଯିବା ଉଚିତ ଏବଂ ଆମ ନ୍ୟାୟ ବ୍ୟବସ୍ଥାରେ କୌଣସି ନିଦେ୍ର୍ଦାଷ ବ୍ୟକ୍ତି ବିଚାର ପ୍ରକ୍ରିୟା କିମ୍ବା ବିଚାରପତିଙ୍କ ଦ୍ୱନ୍ଦ୍ୱ ଯୋଗୁଁ ଅଧିକ ଗୋଟିଏ ଦିନ ମଧ୍ୟ ଜେଲରେ ବନ୍ଦୀ ନ ହେଉ । ଏହା ଆମ ଗଣତନ୍ତ୍ରର ଏକ ସୁସ୍ଥ ପରିଚୟ ହେଉ ।
ମୋ : ୯୪୩୭୨୨୬୬୪୭