ଉକ୍ରଳ ସାମ୍ବାଦିକ ସଂଘର ବ୍ଲକସ୍ତରୀୟ ବୈଠକ

ମାଲକାନଗିରି : ଉକ୍ରଳ ସାମ୍ବାଦିକ ସଂଘ କୋରୁକୋଣ୍ଡା ବ୍ଲକ୍ ସାଖା ପକ୍ଷରୁ ବ୍ଲକ ସଦର ଠାରେ ଥିବା ଆସ୍ଥାୟୀ ସଙ୍ଘ କାର୍ଯ୍ୟାଳୟରେ ସଙ୍ଘର ବ୍ଲକ୍ ସଭାପତି ଶିବଦତ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏବୈଠକରେ ମୁଖ୍ୟଅତିଥି ଭାବେ ଉକ୍ରଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଅଶୋକ ମିଶ୍ର ଯୋଗ ଦେଇଥିବା ବେଳେ, ଅନ୍ୟତମଅତିଥି ଜିଲ୍ଲା ସାଧାରଣ ସମ୍ପାଦକ ବି ଶ୍ରୀନିବାସ ପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ସାମ୍ବାଦିକ ରତ୍ନାକର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକରେ ବ୍ଲକ୍ସ୍ତରୀୟ ସଂଘର ନିଜସ୍ୱ କାର୍ଯ୍ୟାଳୟ ନିମନ୍ତେ ସ୍ଥାନ ନିରୂପଣ ସହିତ ଗୃହ ନିର୍ମାଣ ନିମନ୍ତେ ଆଲୋଚନା କରାଯିବା ସହିତ ସାମ୍ବାଦିକଙ୍କ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୟାସ୍ଥ୍ୟ ବୀମା ସୁରକ୍ଷାକୁ ୫ହଜାର ବଦଳରେ ୧୦କୁ ବୃଦ୍ଧି କରିବା ଏବଂ ପିତା ମାତାଙ୍କ ସମେତ ୨୫ବର୍ଷରୁ ଊର୍ଦ୍ଧ୍ୱ ଅବିବାହିତ ପୁଅ ଝିଅଙ୍କୁ ସାମିଲ କରିବାକୁନେଇ ଆଗାମୀ ଦିନରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ଜିଲ୍ଲା ଉକ୍ରଳ ସାମ୍ବାଦିକ ସଙ୍ଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ୟା ଗୁଡିକୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପନା କରି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରଶାନର ସହଭାଗୀତାରେ ଜିଲ୍ଲା ଉକ୍ରଳ ସାମ୍ବାଦିକ ସଂଘ ଚେଷ୍ଟା କରିବ ବୋଲି ସଭାପତି ଶ୍ରୀ ମିଶ୍ର କହିଥିଲେ । ସାଧାରଣ ସମ୍ପାଦକ ପ୍ରଦୀପ ମହାରଣା, ଅବିନାଶ ବେହେରା, ଦେବାଶିଷ ପାତ୍ର, ଦୀପଙ୍କର କୀର୍ତ୍ତନୀୟ, ରାହୁଲ ଗୋଲାରୀ, ରାଜେଶ ବେପାରି, ମିର୍ନାଲ ମଣ୍ଡଳ, ବିଶ୍ୱଜିତ ନାହାକ, ସୁରେନ୍ଦ୍ର ହାଲବାଙ୍କ ସମେତ ବ୍ଲକ ସଂଘର ସମସ୍ତକର୍ମକର୍ତା ଉପସ୍ଥିତଥିଲେ ।