ପୋକ୍ସୋ ସଚେତନତା କାର୍ଯ୍ୟକ୍ରମ
କନ୍ଧମାଳ / ଫୁଲବାଣୀ : କନ୍ଧମାଳ ଏସ୍ପି ହରିଶ ବିଶିଙ୍କ ତତ୍ତ୍ୱାବଧାନରେ କନ୍ଧମାଳ ପୁଲିସ୍ ପ୍ରଶାସନ ପକ୍ଷରୁ ପୋସ୍କୋ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ କନ୍ଧମାଳ ଏସପି ହରିଶ ବିଶି, ଆଡିସ୍ନାଲ୍ ଏସପି ବିଭୂତି ଭୂଷଣ ମହାପାତ୍ର, ଏସଡିପିଓ ସୁଭ୍ରଜିତ ବିଶ୍ୱାଳ, ସାଇବର ଆଇଆଇସି ଗେହ୍ଲି କୁମାରୀ ସାହୁ, ମୁଖ୍ୟାଳୟ ଇନ୍ସପେକ୍ଟର ଦୀପିକା ଦେବି ରାୟ ପ୍ରମୁଖ ଯୋଗ ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ , ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀ, କାର୍ମେଲ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀ, ପି.ଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ଏବଂ ସରକାରୀ ବହୁମୁଖି ବୈଷୟିକ ଶିକ୍ଷାନୁଷ୍ଠାନ କନ୍ଧମାଳରେ ସଚେତନତା କରାଇବା ସହ ପୋସ୍କୋ କଣ ପୋସ୍କୋ ଦ୍ୱାରା କେଉଁ କେଉଁ ଦଣ୍ଡ ବିଧାନ ହୁଏ, ତାହା ଏସଡିପିଓ ସୁଭ୍ରଜିତ ବିଶ୍ୱାଳ ପ୍ରାଞ୍ଜଳ ଭାବେ ବୁଝାଇବା ସହ ଏଥିରୁ ନିବୃତ୍ତ ରହିବା ନିମନ୍ତେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା ଛାତ୍ର ଏବଂ କର୍ମଚାରୀ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଢାଞ୍ଚା ଏବଂ ସମସାମୟିକ ସୁରକ୍ଷା ଚିନ୍ତାଧାରା ବିଷୟରେ ସଚେତନ କରାଇବା । ବିଶେଷ କରି ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ, କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ଆଇନ ଏବଂ ଗୁରୁତ୍ୱପୂର୍ଣ୍ଣ ସାଇବର ସୁରକ୍ଷାକୁ ନେଇ ସାଇବର ଆଇଆଇସି ଗେହ୍ଲି କୁମାରୀ ସାଇବର କ୍ରାଇମ କ’ଣ କିପରି ସାଇବର ଠକାମୀର ଶିକାର ହେବାକୁ ପଡେ ସାଇବର ଠକେଇ ଶିକାର ହେବା ଦ୍ୱାରା କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ, ତାହା ଉପରେ ବିବରଣୀ ପ୍ରଦାନ କରିଥିଲେ । ଏଥିସହିତ ସାଇବର ଶିକାରର ସମ୍ମୁଖୀନ କରୁଥିଲେ ୧୯୩୦କୁ କଲ୍ କରି ନିଜର ଅସୁବିଧା ଜଣାଇବା ସହ ଅନ୍ୟ କିଏ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାଙ୍କୁ ଉଦ୍ଧାର କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ।