ପ୍ରଦେଶ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗୀର : ପ୍ରଦେଶ କଂଗ୍ରେସରେ ଭକ୍ତଚରଣ ଦାସ ପିସିସି ସଭାପତି ହେବା ପରେ କିଛି ନୂଆ ଲୋକଙ୍କୁ ତାଙ୍କ ଟିମରେ ନେଇଛନ୍ତି । ସେଥିରେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ଅରବିନ୍ଦ ଦାସଙ୍କୁ ପ୍ରଦେଶ କଂଗ୍ରେସର ମିଡିଆ ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ସେଥିପାଇଁ ବଲାଙ୍ଗୀରରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଅରବିନ୍ଦ ଦାସଙ୍କ ବଲାଙ୍ଗୀର ଗସ୍ତ ସମୟରେ ବଲାଙ୍ଗୀରରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନର ସଭାକକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମାଜିକକର୍ମୀ ଅରୁଣ ମିଶ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ଓ ହିମାନୀ ତ୍ରୀପାଠୀ ସଂଯୋଜନା କରିଥିଲେ । ଏଥିରେ ନାଗରିକ କମିଟିର ସଭାପତି ତଥା ସାଇଟ ଅନୁଷ୍ଠାନର ପ୍ରତିଷ୍ଠାତା ଡ.ଶ୍ରୀକର ମିଶ୍ର, ଖ୍ରୀଷ୍ଟିୟାନ କମୁ୍ୟନିଟିର ସଭାପତି ତଥା ସିସିଏଫଏର ସଭାପତି ଭଞ୍ଜକିଶୋର ନାଗ,ବରିଷ୍ଠ ଆଇନଜୀବୀ ରତନ କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀରର ବିଶିଷ୍ଟବ୍ୟକ୍ତି ବିଶେଷ ଶ୍ରୀ ଦାସଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହିତ ତାଙ୍କର ରାଜନୈତିକ ଜୀବନର ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ନାଗରିକ କମିଟିର ଡ.ଶ୍ରୀକର ମିଶ୍ର, ବରିଷ୍ଠ ନାଗରିକ ମଞ୍ଚ ପ୍ରଭାକର ମିଶ୍ର ଓ କପିଳେଶ୍ୱର ଖମାରୀ, ଅରୁଣ ମିଶ୍ର, ହିମାନୀ ତ୍ରିପାଠୀ, ଅଜୟ ବାଲି, ସୋମନାଥ ମିଶ୍ର, ରାଜେଶ ଝାଙ୍କର, ଦିଲିପ ସାହୁ, ଜିଲ୍ଲା କ୍ରୀଡାସଂସଦର ହରିନାରାୟଣ ପୂଜାହାରୀ, ପ୍ରଦୀପ ମହାନ୍ତି, ଶଶିଶେଖର ପଣ୍ଡା, ରଜନୀ ସେଠ, ଅନୀଳ ମୋଦୀ, ଭାଗୀରଥି ମିଶ୍ର, ପୂର୍ବତନ ସୈନିକସଂଘର ପ୍ରତାପ ରଥ ପ୍ରମୁଖଙ୍କ ସହ ଶତାଧିକ ସଂଗଠନ ଶ୍ରୀ ଦାସଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।