କନ୍ଧମାଳ ଗସ୍ତରେ ନୀତି ଆୟୋଗ କେନ୍ଦ୍ରୀୟ ଟିମ୍
ଫୁଲବାଣୀ/କନ୍ଧମାଳ : ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ବ୍ଲକର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସହ ସ୍ଥିତି ପରଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ନୀତି ଆୟୋଗର କେନ୍ଦ୍ରୀୟ ଟିମ୍ । ସର୍ବପ୍ରଥମେ କନ୍ଧମାଳ ଜିଲ୍ଲାର ସମସ୍ତ ଅଧିକାରୀ ଓ ଅଧିକାରିଣୀ ମାନେ କେନ୍ଦ୍ରରୁ ଆସିଥିବା ଜୟୀ ଜେକିସନ୍ଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଫିରିଙ୍ଗିଆ ବ୍ଲକ ପରିଦର୍ଶନ ଟିମ୍ରେ ଇଟାଲୀର ଜୟୀ ଜେକିସନ ଦିଲ୍ଲୀରୁ ଆସିଥିବାବେଳେ ଭୁବେନଶ୍ୱରରୁ ଆସିଥିଲେ ଅକ୍ଷୟ ଲିମା, ସେମାନଙ୍କ ସହ ଡିଏସଡବ୍ଲୁ ସ୍ନେହଲତା ସାହୁ, ସିଡିପିଓ ନିବେଦିତା ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରି ପ୍ରବୋଧ ପ୍ରଧାନ ଓ ଅଙ୍ଗନବାଡି ସୁପର୍ଭାଇଜର ମିଶି ପ୍ରଥମେ ନୁଆପଦର ଅଙ୍ଗନବାଡି କେନ୍ଦ୍ର ଓ ପରେ ରବିଙ୍ଗିଆ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସହ ଗର୍ଭବତୀ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରିଦର୍ଶନ ପରେ ଫିରିଙ୍ଗିଆ ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ଏବଂ ସମସ୍ତ ଅଧିକାରୀ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।