ନବବଧୂର ମୁତୁ୍ୟକୁ : ଶାଶୁ, ଶ୍ୱଶୁର ଓ ସ୍ୱାମୀ ଗିରଫ 

ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ: ଘରୁ ପଳାଇ ଯାଇ  ପ୍ରେମ ବିବାହ କରିଥିବା ଜଣେ ୧୭ବର୍ଷର ବାଳିକାର ମୃତୁ୍ୟ ହୋଇଥିବା ଜଣା ଯାଇଛି ।  କୌଣସି କାରଣରୁ ଘରେ ଦଉଡି ଲଗେଇ ଝୁଲି ପଡିବା ବେଳେ ତାକୁ ଶାଶୁ ଘର ଲୋକେ ଗୁରୁତର ଅବସ୍ଥାରେ ନିକଟ ଡାକରାଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । 
ପୋଲିସ ଠାରୁ ପ୍ରକାଶ ଯେ, ଗନ୍ଦିଆ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମର ଅଶୋକ ନାୟକଙ୍କର ୧୭ବର୍ଷର ନାବାଳିକା କନ୍ୟା ଚଳିତ ବର୍ଷ ଜୁନ ମାସର ୧୨ତାରିଖରେ ଉକ୍ତ ଥାନା ଅନ୍ତର୍ଗତ ସାନ୍ଦାପସୀ ପାଟଣା ଗ୍ରାମର ରାମ ପରିଡା ୨୫ବର୍ଷ ସାଥିରେ ତାର ଘରୁ ପଳାଇ ଥିଲା ।  ଉଭୟ ଦୁଇ ଜଣ ଭଲ ପାଉଥିଲେ ଓ ଏହାପରେ ଉଭୟ ଙ୍କର ବିବାହ ଗୁପ୍ତ ଭାବରେ କରାଯାଇଥିଲା ।  ନାବାଳିକା ସାନ୍ଦାପସୀପାଟଣା ଗ୍ରାମରେ ରାମ ପରିଡା ପରିବାର ସହିତ ରହୁଥିଲା ମୃତକ ଜଣେ ନା ବାଳିକା ହୋଇଥିବାରୁ ସାମାଜିକ ଚାଲିଚଳଣିରେ ଅନୁଭୂତିର ଅଭାବ ରହିଥିଲା ଓ ସେ ମଧ୍ୟ ନିର୍ଯାତନାର ଶିକାର ହେଉଥିଲା ।  ବିବାହ ପରେ କିଛି ଯୌତୁକ ଆଣିନଥିବାରୁ ତାକୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି କ୍ଷ ତେବେ ନିର୍ଯ୍ୟାତନା ଅସହ୍ୟ ହେବାରୁ ସେ ଘର ଭିତରେ ବେକରେ ଦଉଡି ଲଗାଇ ଝୁଲି ପଡିଥିଲା । ଶାଶୁ ଘର ପରିବାର ଲୋକ ତାକୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ପରେ ତାକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିସôା କେନ୍ଦ୍ରକୁ ନେଇଥିଲେ ଓ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ୮ ତାରିଖରେ ଏହି ଘଟଣା ସଂଘଠିତ ହୋଇଥିଲା ମୃତକର ପିତାର ଲିଖିତ ଅଭିଯୋଗ ପରେ ପୋଲିସ  ୩୦୩/୨୪ ଏକ ମାମଲା ରୁଜୁ କରିବା ସହିତ ଉକ୍ତ ଘଟଣାରେ ମୃତକର ସ୍ୱାମୀ ରାମ ପରିଡା ୨୫ବର୍ଷ, ଶଶୁର ସାନନ୍ଦ ପରିଡା ୫୭ବର୍ଷ ଓ ଶାଶୁ ଅବନ୍ତୀ ପରିଡା ୪୯ବର୍ଷ ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଘଟଣା ସମ୍ପର୍କରେ ଗଁଦିଆ ଥାନା ଅଧିକାରୀ ସଲିଳ କୁମାର ପ୍ରଧାନ କୁହନ୍ତି ଉକ୍ତ ଘଟଣାର ତଦନ୍ତ ଜାରି ରହିଛି କ୍ଷ  ମୃତଙ୍କ ବେକରେ ଝୁଲିପାଡିବା ଦାଗ ରହିଛି କ୍ଷକାହିଁକି କେଉଁ ଅବସ୍ଥାରେ ଉକ୍ତ ନା ବାଳିକା ଆତ୍ମହତ୍ୟା କଲେ  ତାର ପ୍ରକୃତ ସତ୍ୟା ସତ୍ୟ ଶବ ବ୍ୟବଛେଦ ରିପୋର୍ଟ ମିଳିଲା ପରେ ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି ।