ଓଷ୍ଟା ପକ୍ଷରୁ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସ୍ଥାନୀୟ ସଙ୍ଗଠନ ପକ୍ଷରୁ ୬ ପଫା ଦାବି ପୂରଣ ନିମନ୍ତେ ଶନିବାର ଧାରଣା ଅନୁଷ୍ଠିତ ହୋଇଛି । ଓଷ୍ଟାର ପ୍ରାକ୍ତନ ରାଜ୍ୟ ସହସମ୍ପାଦକ ପୂର୍ଣ୍ଣର୍ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣାରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରାଯିବା ପ୍ରତିବାଦରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିୟାରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଷ୍ଟା ବ୍ଲକ ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଧାରଣାରେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ଅବସର ବୟସ ସୀମା ୬୦ ରୁ ୬୨ କୁ ବୃଦ୍ଧି କରିବା, ଗେଡ-ପେ ରେ ଅସଙ୍ଗତି ଦୂର କରିବା, ଅନୁାଦପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ କରାଯିବା ଓ ଶିକ୍ଷକ ନିଯୁକ୍ତ କରାଯିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପାଇଁ ପୁରାତନ ପେନସନ ସ୍କିମ ପ୍ରଚଳନ କରାଯିବା ଆଦି ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଓଷ୍ଟା ସମ୍ପାଦକ ସୁବଳ କୁମାର ପତ୍ରୀ, ଅଜୟ କୁମାର ନନ୍ଦ, ଜିଲ୍ଲା ଓଷ୍ଟାର ବ୍ରାହ୍ମାନନ୍ଦ ରାୟ, ବିକଶି ସାହୁ, ଜିତେନ୍ଦ୍ର କୁମାର ସାହୁ, ଧୁସୂଦନ ମହାନ୍ତି, ସୁକାନ୍ତିଲତା ମହାନ୍ତି, ଦେବେନ୍ଦ୍ର ଜେନା, ଅରୁଣ କୁମାର ବେହୁରିଆ, ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଦାବି ପୂରଣ ପାଇଁ ଆଗାମୀ ୮ତାରିଖ ଜିଲ୍ଲା ଓ ୧୬ ତାରିଖ ରାଜ୍ୟ ଆନେ୍ଦାଳନ ହେବ ବୋଲି ପ୍ରକାଶ କରିଥିଲେ ।