ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣରେ ୪ ଆହତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସୁନାଢିମିରା ସାହିରେ ବୁଧବାର ସନ୍ଧ୍ୟାରେ ଏକ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ବିସ୍ପୋରଣ ଘଟିବାରୁ ଗୋଟିଏ ପରିବାରର ଦମ୍ପତି ଗୁରୁତର ସମେତ ୪ ଆହତ ହୋଇଛନ୍ତି । ଗୁରୁତର ଆହତ ମାନେ ହେଲେ ବିପ୍ର ମହାରଣା (୬୦) ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ମହାରଣା (୪୫) । ଉକ୍ତ ପରିବାରର ୨ ନାବାଳିକା ଝିଅ ପ୍ରିୟା ମହାରଣା (୧୪) ଓ ପ୍ରାଚୀ ମହାରଣା (୧୩) ଆହତ ହୋଇଛନ୍ତି । ଗୁରୁତର ଓ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ବିପ୍ର ଓ ସଂଯୁକ୍ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବିପ୍ର ଓ ସଂଯୁକ୍ତାଙ୍କ ଶରୀରର ପ୍ରାୟ ୭୫ ରୁ ୮୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ହିଞ୍ଜିଳିକାଟୁ ସୁନାଢିମିରା ସାହିରେ ରହୁଥିବା ବିପ୍ରଙ୍କ ସ୍ତ୍ରୀ ସଂଯୁକ୍ତା ଘରେ ରୋଷେଇ କରୁଥିଲେ । କୌଣସି କାରଣରୁ ନିଆଁ ଗ୍ୟାସ୍ ପାଇପରୁ ସିଲିଣ୍ଡରକୁ ଲାଗି ଯାଇଥିଲା । ନିଆଁକୁ କେହି ଆୟତ୍ତ କରିପାରିନଥିଲେ । ଫଳରେ ସିଲିଣ୍ଡର୍ ବିସ୍ପୋରଣ ଘଟିଥିଲା । ବିସ୍ପୋରଣରେ ପ୍ରଚଣ୍ଡ ଶବ୍ଦ ହେବା ସହ ଘରର ଟିଣ ଛାତ ଉଡିଯିବା ସହ ଘରର ଆସବାବପତ୍ର ଗୁଡିକ ନିଆଁ ଲାଗି ଏଣେତେଣେ ବିଛାଡି ହୋଇ ପଡିଥିଲା । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।