ବିଜେପି ଅଫିସରେ ପଦ୍ମ ଧରିବେ ପ୍ରୟାସକାନ୍ତି!

ବିଜେପି ଅଫିସରେ ପଦ୍ମ ଧରିବେ ପ୍ରୟାସକାନ୍ତି!

ଆଜି ରାଜ୍ୟ ବିଜେପି ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ନିଜ ସହଯୋଗୀଙ୍କ ସହ ଦେଖିବାକୁ ମିଳିଛି । ଗତ ମେ ମାସରେ ପ୍ରୟାସକାନ୍ତି ବିଜେଡି ଛାଡ଼ିଥିବାରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ମେ ୨୮ ତାରିଖରେ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ । ସେ ସମୟରେ କିଛି ବ୍ୟକ୍ତିଗତ କାରଣରୁ ବିଜେଡିରୁ ଇସ୍ତଫା ଦେଇଥିବା ଏବଂ ତାଙ୍କର ଅନ୍ୟ କୌଣସି ଦଳରେ ଯୋଗଦେବାର କୌଣସି ଯୋଜନା ନାହିଁ ବୋଲି କହିଥିଲେ ପ୍ରୟାସକାନ୍ତି । ବରଂ ତାଙ୍କ ପରିବାରର ଯେହେତୁ ଦୁଇ ଜଣ ସଦସ୍ୟ ରାଜନୀତିରେ ଅଛନ୍ତି ତେଣୁ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି କହିଥିଲେ ।   ସେ ପୂର୍ବରୁ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଦଳର ରାଜ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବରୁ ବିଜେଡିରୁ ଇସ୍ତଫା ଦେବା ଏବେ ପୁଣି ବିଜେପି ଅଫିସକୁ ଆସିବା ପରେ ଭଦ୍ରକରେ ରାଜନୀତି କଡ଼ ଲେଉଟାଉଥିବା କୁହାଯାଉଛି ।