ନାଇଟ ସିଫ୍ଟ ପାଇଁ ମହିଳା କର୍ମଚାରୀ ଦେବେ ସହମତି ପତ୍ର
ଏଣିକି ମହିଳାମାନେ ରାତି ରେ କାମ କରିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କ ଠାରୁ ଲିଖିତ ସହମତିପତ୍ର ନେବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଘରୋଇ ସଂସ୍ଥାରେ ମହିଳା କର୍ମଚାରୀଙ୍କୁ କାମ କରାଇବା ପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀକୁ ପାଳନ କରିବାକୁ ପଡ଼ିବ।
. ମହିଳା କର୍ମଚାରୀଙ୍କୁ ନାଇଟ୍ ସିଫ୍ଟ ପାଇଁ ଦେବାକୁ ହେବ ସହମତି ପତ୍ର
. ଅତି କମ୍ରେ ୩ ଜଣ ମହିଳା କର୍ମଚାରୀ ଗୋଟିଏ ଅଫିସ୍ରେ କାମ କରିବେ
. ଜିପିଏସ୍ ଟ୍ରାକିଂ ସହ ସେମାନଙ୍କୁ ପରବହନ ସୁବିଧା ଯୋଗାଇ ଦେବା ବାଧ୍ୟତାମୂଳକ
.ମହିଳା କର୍ମଚାରୀଙ୍କୁ ଘରୁ ଆଣିବା ଓ ଛାଡ଼ିବା ବ୍ୟବସ୍ଥା
.କର୍ମଚାରୀଙ୍କୁ ଆଣିବା ପାଇଁ ନିୟୋଜିତ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ତଥ୍ୟ ପୁଲିସକୁ ଦେବ
. ମହିଳା କର୍ମଚାରୀଙ୍କ ପାଇଁ ପାଣି, ବାଥ୍ରୁମ ବ୍ୟବସ୍ଥା, କର୍ମକ୍ଷେତ୍ରରେ ସିସିଟିଭି ବ୍ୟବସ୍ଥା ଏବଂ ସଠିକ୍ ଲାଇଟ୍ ବ୍ୟବସ୍ଥା