ସ୍ୱାଧୀନତା ଦିବସ ନେଇ ପ୍ରସ୍ତୁତି ବୈଠକ

 ରାୟଗଡା : ରାୟଗଡା ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ଅଧ୍ୟକ୍ଷା ଜିଲ୍ଲାପରିଷଦ ସୁଶ୍ରୀ ସରସ୍ୱତୀ ମାଝୀ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରମେଶ ଜେନା, ପିଏ ଆଇଟିଡିଏ, ଚନ୍ଦ୍ରକାନ୍ତ ମାଝୀ, ଏସ୍ଡିପିଓ ଗୌର ହରି ସାହୁପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ । ସ୍ୱାଧୀନତା ଦିବସ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ । ସକାଳ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ଓ କଲେଜସ୍ତରରେ ବକ୍ରୃତା ଓ ଦେଶାତ୍ମକବୋଧ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଜିଲ୍ଲାରେ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଟପ୍ପର ଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ଭୀମସେନ ନାୟକ, କୁଲଦୀପ କୁମାର, ଅବକାରୀ ଅଧିକାରୀ ସନ୍ତୋଷ ଧଳସାମନ୍ତ, ପୁଲିସ ରିଜର୍ଭ ଇନ୍ସପେକ୍ଟର କବିବର ଦେହୁରୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା, ଜିସିଡି ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ, ପୂର୍ତ୍ତ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଶିକ୍ଷବିତ୍ ଡ. ଦୁଷ୍ମନ୍ତ ମହାନ୍ତି, ନାଗରିକ କଲ୍ୟାଣ ସଂଘ ସଦସ୍ୟ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଆଇନଜୀବୀ ପଦ୍ମନାଭ ଦାଶ, ବ୍ରଜକିଶୋର ନାୟକ ଉପସ୍ଥିତ ଥିଲେ ।