ସ୍ୱତନ୍ତ୍ର ସାମୂହିକ ସଫେଇ

 ପୁରୀ : ଜନଶିକ୍ଷଣ ସଂସ୍ଥାନ ତରଫରୁ ସ୍ୱଚ୍ଛତା ପକ୍ଷ ଏବଂ ସ୍କିଲ ଇଣ୍ଡିଆ ମିଶନ୍ର ୧୦ବର୍ଷ ପୂର୍ତ୍ତିପାଳନ ଅବସରରେ ପୌରପାଳିକାର ମିଳିତ ସହଯୋଗରେ ସ୍ୱତନ୍ତ୍ର ସାମୂହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଜନଶିକ୍ଷଣ ସଂସ୍ଥାନର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଶଶୀଭୂଷଣ ଦତ୍ତ, ସହ କାର୍ଯ୍ୟକ୍ରମ ଅଧିକାରିଣୀ ନିକି ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂସ୍ଥାନର ଅନ୍ୟାନ୍ୟ କର୍ମଚାରୀ ପ୍ରସାଦ ଦ୍ୱିବେଦୀ, ଜୀବନଜିତା ଦାସ, ପ୍ରତାପ ଚନ୍ଦ୍ର ବେହେରା, ବାଦଲ ପରିଡ଼ା, ପୌରପାଳିକାର ପରିମଳ ବିଶେଷଜ୍ଞ ସୌଭାଗ୍ୟଲକ୍ଷ୍ମୀ ଜେନା, କେଶବ ଚନ୍ଦ୍ର ସାହୁ ପ୍ରମୁଖ ମାସ୍କ ଓ ଗ୍ଲୋବ୍ସ ପରିଧାନ କରି ଡଷ୍ଟବିନ୍ ସହାୟତାରେ ମନ୍ଦିର ପରିସର, ପୁଷ୍କରିଣୀ ଚତୁଃପାଶ୍ୱର୍ ଓ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ରହଣୀ ସ୍ଥାନ ସଫେଇ କରି ଆବର୍ଜନାମୁକ୍ତ କରିଥିଲେ । ଏଥିସହିତ ସାମୂହିକ ସ୍ୱଚ୍ଛତା ଶପଥପାଠ ଏବଂ ସ୍ୱଚ୍ଛତା ସ୍ଲୋଗାନ୍ ସହ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ବାର୍ତ୍ତା ଦେଇ ସାମୂହିକ ସଫେଇ କରିଥିଲେ ।