ତୃତୀୟ ସୋମବାର ପାଇଁ ଶୈବପୀଠକୁ ଯାତ୍ରା 

ଭଣ୍ଡାରିପୋଖରୀ : ଶ୍ରାବଣ ମାସର ତୃତୀୟ ସୋମବାର ପାଇଁ ସବୁଠି ସବୁଠି ବୋଲ୍ ବମ୍ ଭକ୍ତଙ୍କ ଯାତ୍ରା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ନଦୀ ଘାଟରୁ କାଉଡ଼ିଆ ଭାଇଭଉଣୀ ମାନେ ପାଣି ଭାର ଧରି ଯାତ୍ରା ଆରମ୍ଭ କରିଛନ୍ତି । ଆଖୁଆପଦା ଆନିକଟ ସମେତ ମଣୀନାଥପୁର ମୁଢାପଦା ଦସ୍ୱାଶ୍ୱନୀ ଘାଟରେ କାଉଡ଼ିଆଙ୍କ ଭିଡ ଦେଖିବାକୁ ମିଳିଛି । ନଦୀଘାଟରୁ ଭକ୍ତ ଆଖଣ୍ଡଳମଣୀ ପୀଠକୁ ପାଣିଭାର ନେଇ ବାହାରିଛନ୍ତି ତ ପୁଣି କିଏ ପଞ୍ଚଲିଙ୍ଗେଶ୍ୱରକୁ ଯାତ୍ରା ଆରମ୍ଭ କରିଛି । କପାଳୀ ଓ ରେବ ନଦୀରୁ ମଧ୍ୟ ଗାଁର ମାନସିକ ଧାରି କାଉଡ଼ିଆ ମାନେ ନଦୀରୁ ପାଣି ଭାର ଧରି ବିଭିନ୍ନ ଶୈବ ପୀଠକୁ ବାହାରିଛନ୍ତି । ପାଣି ଉଠାଉ ଥିବା ସମସ୍ତ କାଉଡ଼ିଆ ୩ନମ୍ୱର୍ କେନାଲ ବନ୍ଧ, ଛତାବର ବଳିଘାଇ ରାସ୍ତା, ମଣିନାଥପୁର ପାଳଦା ରାସ୍ତା, ଦୋବଲ ଧାମନଗର ରାସ୍ତା, ଯାଜପୁର କୟାଗୋଲା ରାସ୍ତା ସହିତ ଅନ୍ୟାନ୍ୟ ଗ୍ରାମାଞ୍ଚଳ ଛୋଟବଡ ରାସ୍ତା ଅତିକ୍ରମ କରି ପ୍ରସିଦ୍ଧ ଆରଡ଼ି ଓ ପଞ୍ଚଲିଙ୍ଗେଶ୍ୱର ପୀଠକୁ ଯାତ୍ରା ଆରମ୍ଭ କରିଛନ୍ତି ।