ଅସୁରକ୍ଷିତ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର 

 ରାଜନଗର: ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ହଂସୁଆ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ହଂସୁଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ପୁରୁଣା ଆଜବେଷ୍ଟ ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି । ଏହି କେନ୍ଦ୍ରରେ ପି୍ର-ସ୍କୁଲର ୧୭ଜଣ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି । ପ୍ରି-ସ୍କୁଲର ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ପଢୁଥିବା ଅଜବେଷ୍ଟ ଘରଟି ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ ହୋଇଛି । ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ହଂସୁଆ ଗ୍ରାମରେ ଦୀର୍ଘଦିନ ହେବ ଅଙ୍ଗନୱାଡି କେନ୍ଦ୍ର ଅଧାପନ୍ତରିଆ ଅବସ୍ଥାରେ ରହିଥିବା ନେଇ ଅଭିଯୋଗ ହୋଇଥିଲା । କେନ୍ଦ୍ରର ଗୃହ ନିର୍ମାଣ ଅଧାପନ୍ତରିଆ ଭାବରେ ପଡି ରହିଥିବା ବେଳେ ଠିକାସଂସ୍ଥା କାମ ନକରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋାଇଛି । ଏନେଇ ବାରମ୍ବାର ଅଭିଭାବକ ଓ ଗ୍ରାମବାସୀମାନେପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା  ନବକିଶୋର ମହାନ୍ତି, ସୁରେନ୍ଦ୍ର ପଢିହାରୀ, ବସନ୍ତ ଲେଙ୍କା, ଶିବରାମ ଦାସ, ଭକ୍ତରଂଜନ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି ।