ଆଇନ ସେବା ପ୍ରାଧିକରଣ:   ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ

 ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ । ପ୍ରକାଶ ଯେ, ଦୁଲୁ ହରିଜନ (୭୪) ନବରଙ୍ଗପୁର ଉପକାରାଗାରରେ ଦୀର୍ଘ ୧୮ବର୍ଷ କାଳ ଆଜୀବନ ବନ୍ଦୀ ଭାବରେ ଜୀବନ ଅତିବାହିତ କରୁଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କାରାଗାର ପରିଦର୍ଶନ ସମୟରେ  ତାଙ୍କ ଦୃଷ୍ଟି ଗୋଚରକୁ ଏହି ଘଟଣା ଆସିଥିଲା । ଏ ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସୁବ୍ରତ ମହାନ୍ତିଙ୍କ  ସହ ଆଲୋଚନା କରିଥିଲେ । ପରେ ଅଧ୍ୟକ୍ଷ ନିଦେ୍ର୍ଦଶକ୍ରମେ ଉକ୍ତ ବନ୍ଦୀଙ୍କ ସମୟ ପୂର୍ବରୁ ମୁକ୍ତି ନିମନ୍ତେ ଭୁବନେଶ୍ୱର ଉପକାରାଗାର ନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ରାଜ୍ୟ ବାକ୍ୟ ସମୀକ୍ଷ୍ୟ ବୋର୍ଡ ବୈଠକରେ ଦୁଲୁ ହରିଜନ ନାମଙ୍କୁ ସମୟ ପୂର୍ବରୁ ମୁକ୍ତି ନିମନ୍ତେ ଆଲୋଚନା କରଯାଇ ସର୍ବସମ୍ମତିକ୍ରମେ ମୁକ୍ତି କରିବା ପାଇଁ ଆଦେଶ ମଞ୍ଜୁର ହୋଇଥିଲା । ଗତ ତାରିଖ ୧୯/୦୭/୨୦୨୫ ସରକାରଙ୍କ ଉପସଚିବ, ଆଇନ ବିଭାଗ, ଓଡିଶା ବନ୍ଦୀ ଭାବେ ଜୀବନ କଟୁଥିବା ଦୁଲୁ ହରିଜନକୁ ମୁକ୍ତ ନିମନ୍ତେ ଆଦେଶ  ପ୍ରଦାନ କରିଥିଲେ  ।  ତଦନୁଯାଇ ଦୁଲୁ ହରିଜନକୁ ତାଙ୍କ ଘରେ ନେଇ ଛଡା ଯାଇଥିଲା  କିନ୍ତୁ ତାଙ୍କ ସମ୍ପର୍କୀୟ ମନା କରିବାରୁ ତେନ୍ତୁଳିଖୁଣ୍ଟିରେ ନିର୍ମଲ ଆକାଶ ବୃଦ୍ଧାଶ୍ରମରେ ଅସ୍ଥାୟୀ ରୂପେ ଥଇଥାନ କରଯାଇଛି । ଅନ୍ୟପକ୍ଷରେ ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ମହାନ୍ତିଙ୍କ  ନିଦେ୍ର୍ଦକ୍ରମେ ପାରା ଲିଗାଲ ସ୍ୱେଚ୍ଛାସେବୀ ହରେଶ ହରିଜନକୁ ଘର ଲୋକଙ୍କ ସହ ବୁଝାସୁଝା କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ପ୍ରତକ୍ଷ୍ୟ  ତତ୍ୱାବଧାନରେ ଦୁଲୁ ହରିଜନକୁ ସମ୍ପର୍କୀୟ ପରିବାର ବର୍ଗଙ୍କ ଦାୟିତ୍ୱରେ ଛଡାଯାଇଥିଲା ।