ବାର୍ହା ଆକ୍ରମଣରେ ମା’ପୁଅ ଗୁରୁତର

ାା ପ୍ରଭାନୁ୍ୟଜ ।ା  ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ସଦର ଥାନା  କାଇମାଟି ଗ୍ରାମ ପଞ୍ଚାୟତର କାଇଁସ ଗ୍ରାମରେ ଏକ ବାର୍ହା ଗ୍ରାମ ମଧ୍ୟରେ ପଶି ମା’ପୁଅଙ୍କୁ ଆକ୍ରମଣ କରିଛି । ଯାହାଫଳରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯିବା ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, ନିକଟସ୍ଥ ଜଙ୍ଗଲରୁ ଏକ ବାର୍ହା ପାଚିଲା ଦାନ ଖାଇବା ପାଇଁ ଆସିଥିବା ବେଳେ ଲୋକମାନେ ତାକୁ ଘଉଡାଇବା ପାଇଁ ଗୋଡାଇଥିଲେ । ତେବେ ବାର୍ହାଟି ଜଙ୍ଗଲ ଭିତରକୁ ଯାଇ ନ ପାରି କାଇଁସ ଗାଁ ଭିତରକୁ ପଶି ଆସିଥିଲା । ତେବେ ସେହି ସମୟରେ ଗାଁର ଗଣେଶ୍ୱର ମିଲ୍ଲିକ (୨୦) ନିଜ ଘରୁ ବାହାରୁ ଥିବାବେଳେ ବାର୍ହା ହାବୁଡରେ ପଡଯିବାରୁ ବାର୍ହାଟି ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ଚିକ୍ରାର ଶୁଣି ତାଙ୍କ ମା’ ଅନସୂୟା (୪୫) ପୁଅକୁ ରକ୍ଷା କରିବାକୁ ଦୌଡି ଆସିଥିବା ବେଳେ ବାରହାଟି ତାଙ୍କୁ ମଧ୍ୟ ଆକ୍ରମଣ କରି ପଳାଇଥିଲା । ତୁରନ୍ତ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମା’ପୁଅଙ୍କ  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।