ପିପୁଲ୍ସ କଲେଜର ୪୮ତମ ପ୍ରତିଷ୍ଠା ଦିବସ
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ୪୮ତମ ପ୍ରତିଷ୍ଠା ଦିବସ କଲେଜର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିପୁଲ୍ସ କଲେଜର ପ୍ରତିଷ୍ଠାତା ସଦସ୍ୟ ଡାକ୍ତର ଦୟାନିଧି ରାଉତ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ସାହିତି୍ୟକ ଡ.ଶ୍ୟାମା ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଯୋଗ ଦେଇଥିଲେ । ଗତ ୧୯୭୮ ମସିହା ଜୁଲାଇ ୩୦ ତାରିଖ ଦିନ ପ୍ରତିଷ୍ଠିତ ଉକ୍ତ କଲେଜର ପ୍ରତିଷ୍ଠାତା ସଦସ୍ୟ କାଳୀ ଚରଣ ନାୟକ, ବୀର କିଶୋର ଦାଶ, ରେବତୀ ମୋହନ ନାୟକ, ସୁଶାନ୍ତ ରାଉତ, ଗୌତ୍ତମ ଜେନା, କାଳୀ ଚରଣ ସ୍ୱାଇଁ, ନବଘନ ନାୟକ, ଆଦିକନ୍ଧ ଆରୁଖ ଓ ରାମ ନାରାୟଣ ସାହୁ ପ୍ରମୁଖଙ୍କ ଅବଦାନ ସମ୍ପର୍କେ ଆଲୋଚନା କରାଯାଇଥିଲା । ଏ ଅବସରରେ କଲେଜର ବିଭିନ୍ନ ବିଭାଗରେ ସର୍ବାଧିକ ମାର୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସହିତ କ୍ରୀଡା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ଡ.ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ, ଆଇକୁ୍ୟଏସି କୋ-କୋର୍ଡିନେଟର ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ମହାବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ ଏବଂ ପରିଶେଷରେ କୋର୍ଡିନେଟର ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।