ବ୍ୟାଙ୍କ ଖାତାରେ ଇ-କେୱାଇସି ଲିଙ୍କ୍ ସରଳୀକରଣ ଦାବି
ମାଲକାନଗିରି : ବ୍ୟାଙ୍କ ଖାତାରେ ଇ-କେୱାଇସି ଲିଙ୍କ୍ ସରଳି କରଣ କରି ଲ୍ୟାମ୍ପସ ବଦଳରେ ପ୍ରତି ପଞ୍ଚାୟତରେ ନାମ ପଞ୍ଜିକରଣ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ଖରୀପ ବିପଣନ ପାଇଁ ଚାଷୀଙ୍କ ନାମ ନୂତନ ଭାବେ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ନାମ ପଞ୍ଜିକରଣରେ ବ୍ୟାଙ୍କଖାତା ସହିତ ଆଧାର ନମ୍ବର, ଫୋନ ନମ୍ବର ଓ ଇ କେୱାଇସି ଲିଙ୍କ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଖରିଫ ବିପଣନ ବର୍ଷ ୨୦୨୫-୨୬ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ଚାଷ ଜମିର ପଟା ବାପା ଗୋସାପଙ୍କ ନାମରେ ଥିବା, ସେମାନଙ୍କ ଆଧାର କାର୍ଡ ନ ଥିବା ସହିତ ବିଭିନ୍ନ ସମସ୍ୟା ଲାଗି ରହି ଥିବାରୁ ଚାଷୀ ମାନଙ୍କ ନାମ ପଞ୍ଜିକରଣ ହୋପାରୁନାହିଁ । ତେଣୁ ଆଜି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଚାଷୀ ପଡିଆ ଲ୍ୟାମ୍ପସ ରେ ଫହଁଚି କେୱାଇସି କୁ ସରଳୀ କରଣ କରାଯାଇ ପ୍ରତି ପଞ୍ଚାୟତ ରେ ଚାଷୀ ମାନଙ୍କ ନାମ ପଞ୍ଜିକରଣ କରା ଗଲେ ଦୁରାନ୍ତ ରୁ ଟଙ୍କା ଖର୍ଚ୍ଚ କରି ଲ୍ୟାମ୍ପସଙ୍କୁ ବାରମ୍ବାର ଚାଷୀ ଙ୍କୁ ଆସିବାକୁ ପଡିବ ନାହିଁ, ପଞ୍ଚାୟତରେ ଚାଷୀଙ୍କ ନାମ ପଞ୍ଜିକରଣ ହେଲେ ଆଉ ଲ୍ୟାମ୍ପସରେ ମଧ୍ୟ ଭିଡ ହେବ ନାହିଁ ବୋଲି ଦାବି କରି ଲ୍ୟାମ୍ପସ ପରିଚାଳନା ନିଦେ୍ର୍ଦଶକଙ୍କୁ ଦାବି ଜଣାଇଛନ୍ତି ।