ଷ୍ଟୋଭ ଫାଟି ଯୁବତୀ ଗୁରୁତର 

ହିଞ୍ଜିଳିକାଟୁ : ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ସୁନାଢିମିରା ସାହିରେ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ଗୁରୁବାର ସକାଳେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମରେ କିରୋସିନି ଷ୍ଟୋଭ ଫାଟି ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ସଙ୍ଗୀତା ଦାସ (୧୮)  । ସାହି ପଡୋଶୀ ଆହତ ଯୁବତୀଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଯୁବତୀଙ୍କ ଶରୀରର ପ୍ରାୟ ୭୦ % ପୋଡି ଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଗୁରୁବାର ସକାଳେ ଯୁବତୀ ଜଣଙ୍କ ଘରେ କିରୋସିନି ଷ୍ଟୋଭରେ ରୋଷେଇ କରୁଥିବା ବେଳେ ହଠାତ୍ ଷ୍ଟୋଭଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ  ଯୁବତୀଙ୍କ ଶରୀରର ବିଭିନ୍ନ ଅଙ୍ଗରେ ନିଆଁ ଲାଗି ପୋଡିଯିବା ସହ ଘରର ଅନେକ ଆସବାବପତ୍ରରେ ମଧ୍ୟ ନିଆଁ ଲାଗି ପୋଡି ଯାଇଥିବା ଜଣାପଡିଛି ।