ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍
ସମ୍ବଲପୁର : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଆଜି ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ସ୍ଲୁଇସ୍ ଗେଟ୍ । ଆଜି ସକାଳ ସୁଦ୍ଧା ଡ୍ୟାମର ଉପର ମୁଣ୍ଡରେ ୩୪. ୮୦ମିଲି ମିଟର ଓ ତଳ ମୁଣ୍ଡରେ ୧୧. ୫୭ ମିମି ବର୍ଷା ରେକର୍ଡ କରାଯାଇଛି । ସନ୍ଧ୍ୟା ୬ଟାରେ ଡ୍ୟାମର ଜଳସ୍ତର ୬୦୯.୪୩ ଫୁଟ ରହିଥିଲା । ଗତକାଲି ସୁଦ୍ଧା ୪ଟି ଫାଟକ ଖୋଲାଥିଲା । ଆଜି ସନ୍ଧ୍ୟାରେ ସମୁଦାୟ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୫ଟି ଓ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ୍ ଫାଟକ ଖୋଲାଯାଇଛି । ଏହି ସମୟରେ ଡ୍ୟାମକୁ ପ୍ରତି ସେକେଣ୍ଡରେ ୯୦ ହଜାର ୭୧୭ କୁ୍ୟସେକ୍ ଜଳ ପ୍ରବେଶ କରୁଛି । ୮ଟି ସ୍ଲୁଇସ୍ ଫାଟକ, ପାୱାର ଚ୍ୟାନେଲ, ବରଗଡ଼ ଓ ଶାସନ ମୁଖ୍ୟ କେନାଲ ଏବଂ ସମ୍ବଲପୁର ଓ ଗୋଡ଼ଭଗା ବିଭାଜିକା ଏବଂ ଶିଳ୍ପରେ ବ୍ୟବହାର ପାଇଁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୫ ହଜାର ୩୫୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।