ଶିକ୍ଷକ ସମନ୍ୱୟ ସମିତି ଜିଲ୍ଲା କନକ୍ଲେଭ

 ଜଗତସିଂହପୁର : ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ଜଗତସିଂହପୁର ଜିଲ୍ଲା କନଭେନସନ ଓଷ୍ଟାର ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଓଷ୍ଟା ଅଫିସ ଖେରସ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମାନଙ୍କର ବିଭିନ୍ନ ଦାବୀ ନେଇ ଆସନ୍ତା ଅଗଷ୍ଟ ମାସରେ ହେବାକୁଥିବା ଆନ୍ଦଳନକୁ ତୀବ୍ରତର କରିବାଲାଗି ସମନ୍ୱୟ ସମିତିର ଆବାହକ ଜିଲ୍ଲା ଓଷ୍ଟାର ସଂପାଦକ ନାରାୟଣ ଚନ୍ଦ୍ର ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ଓଷ୍ଟା ସଂପାଦକ ସ୍ମୃତି ରଞ୍ଜନ ପରିଜା, ପ୍ରାକ୍ତନ ଜିଲ୍ଲା ସଂପାଦକ ନିକୁଞ୍ଜ କିଶୋର ବେହେରା, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁବାଷ ଚନ୍ଦ୍ର ଦାସ, କଲେଜ ଶିକ୍ଷକ ସଙ୍ଘର ସଭାପତି ମନୋରଞ୍ଜନ ମହାରଣା, ପ୍ରାଇମେରୀ ସଙ୍ଘର ଜÿିଲ୍ଲା ସମ୍ପାଦକ ସଚ୍ଚିଦାନନ୍ଦ ପରିଡା, ଉପସଭାପତି ବସନ୍ତ ମଞ୍ଜରୀ ଦାଶ, ଯୁଗ୍ମ ସମ୍ପାଦକ ଅନିଲ କୁମାର ଜେନା, ମଦ୍ରାସା ସଙ୍ଘର ସେଖ ସୋଫିଆନ ଜÿିଲ୍ଲା କାର୍ଯ୍ୟକାରୀ କମିଟିର ସଭ୍ୟ କୈଳାଶ ଚନ୍ଦ୍ର ସାହୁ, ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ, କଲେଜକୁ ସରକାରୀ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ ପ୍ରଦାନ, ଗ୍ରେଡ଼ ପେରେ ଥିବା ଅସଂଗତି ଦୂର କରିବା, ସମସ୍ତ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ସରକାରୀକରଣ କରିବା, ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ ଟି ନେସନାଲ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା କ୍ଷ ଏହି ସମସ୍ତ ଦାବୀ ନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, ଅଗଷ୍ଟ ୨ ତାରିଖରେ ବିଓ ଅଫିସ ଆଗରେ, ୮ ତାରିଖରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୱରେ ଦାବିପତ୍ର ପ୍ରଦାନ ସହିତ ୧୬ ଅଗଷ୍ଟରେ ବହୁ ସଂଖ୍ୟାରେ ଗାନ୍ଧୀମାର୍ଗ ଭୁବନେଶ୍ୱରରେ ଯୋଗ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।