ଗଞ୍ଜେଇ ଜବତ, ୨ ଗିରଫ

 ବଲାଙ୍ଗିର : ଅବକାରୀ ବିଭାଗ ଏକ କାର୍ ସହ ଗଞ୍ଜେଇ ଜବତ କରି ୨ ଜଣକୁ ଗିରଫ କରିଛି । ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ତୁଷୁରା ଉଡାଜାହାଡହାଜ ପଡିଆ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କାରକୁ ଅଟକାଇ ଯାଞ୍ଚ କରିଥିଲେ । ସେଥିରେ ୩୦କେଜି ଗଞ୍ଜେଇ ବାହାରିଥିଲା  । ପରେ ଗାଡିକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରପଦର ଗାଁର ହୁତାସନ ରଣା ଓ ଉତ୍ତରପ୍ରଦେଶର କୁଶିଙ୍ଗର ଜିଲ୍ଲା ବିସାନପୁର ଥାନା ଜଙ୍ଗଲଲୁଟା ଗାଁର ନୁର୍ ଆଲାମ ଅନସାରୀକୁ ଗିରଫ କରିଛି ଅବକାରୀ ବିଭାଗ । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଥିବା ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।