ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗରେ ଶୋକ 

 ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତ ନନ୍ଦିଗ୍ରାମର ଘନଶ୍ୟାମ ପାଢୀ (୮୦) ଙ୍କର ପରଲୋକ ଘଟିଛି । ସ୍ୱର୍ଗତ ପାଢୀ ଉକôଳ ବିଶ୍ୱବିଦ୍ୟାଳୟର ଦୂରନିରନ୍ତର ଶିକ୍ଷା ନିଦେ୍ର୍ଦଶାଳୟରେ ସମ୍ପ୍ରସାରଣ ଅଧିକାରୀ ଭାବେ ଅବସର ନେଇଥିଲେ  । ସେ ଜଣେ ସମାଜସେବୀ ପରୋପକାରୀ,ଓ ନିଜର ଚାକିରୀ ସମୟରେ ନାଉଗାଁ ଅଞ୍ଚଳ ର କଲେଜ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ସମସ୍ତ ପ୍ରକାର ସେବା ଯୋଗାଇ ଦେଉଥିଲ, ଏବଂ ସେ ଜଣେ ସମାଜସେବୀ ଥିଲେ । ତାଙ୍କର ମୃତୁ୍ୟ ଖବର ପ୍ରଚାର ହେବା ପରେ ଶୋକର ଛାୟା ଖେଳିଯାଇଛି । ଓଡିଶା ସାଧୁସନ୍ଥ ସମାଜର ସଭାପତି ଚିନ୍ତାମଣି ପର୍ବତ ଗୋସ୍ୱାମୀ, ତିହୁଡା ଗୁରୁକୃପା କୁଟୀରର ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ, ଡ. ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜାମୁଗାଁ ସରପଞ୍ଚ ଶୁଭ୍ରସ୍ମୃତି ପରିଡା, ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାନ୍ସ ସମିତି ସଭ୍ୟ ତରୁଣକାନ୍ତ ବାରିକ, ତୁଷାର କୁଅଁର, ପ୍ରମୁଖ ଶୋକବ୍ୟକ୍ତ କରିଥିଲେ ଓ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ ପୁଅ ଦିଲ୍ଲୀପ ପାଢୀ ମୁଖାଗ୍ନି ଦେଇଥିବା ବେଳେ ସାନ ପୁଅ ଦୀପକ ପାଢ଼ୀ ଓ ଝିଅ ଜ୍ୱାଇଁ ମାନେ ଉପସ୍ଥିତ ଥିଲେ ।