ତୃତୀୟ ଥର ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ
ପୁରୀ : ବଳଙ୍ଗା କୁକର୍ମ ପୀଡ଼ିତାଙ୍କ ସୁସ୍ଥ ମାନସିକତା ଓ ସମ୍ପୂର୍ଣ୍ଣ ସହମତିରେ ପୁନଃ ବୟାନ ରେକର୍ଡ଼ କରିଛି ପୁଲିସ । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ବଳାଙ୍ଗା ଥାନା ଇନ୍ସପେକ୍ଟର ଇନ୍ଚାର୍ଜ ଓ ପୁରୀ ହେଡ଼କ୍ୱାର୍ଟର ଡ଼ି.ଏସ୍.ପି କଳ୍ପନା କହଁରଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ ବୟାନ ରେକର୍ଡ଼ କରିଛନ୍ତି । ତୃତୀୟ ଥର ପାଇଁ ବୟାନ ରେକର୍ଡ଼ କରାଯାଇଛି । ବୟାନ ରେକର୍ଡ଼ ସମୟରେ ପୀଡ଼ିତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷ ଥର ବୟାନ ରେକର୍ଡ଼ ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି ପୀଡ଼ିତା । ପୀଡ଼ିତାଙ୍କ ବୟାନ ରେକର୍ଡ଼ କରି ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରୁ ବଳଙ୍ଗା ପୁଲିସ ଫେରିବ ବୋଲି ଜଣାଯାଇଛି ।