ସାଲେପୁର ବିଜେପି ସାଂଗଠନିକ ବୈଠକରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ସାଲେପୁର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସାଲେପୁର ଅଞ୍ଚଳକୁ ଦିନିକିଆ ଗସ୍ତରେ ଆସି ଏକ କ୍ଲିନିକ୍ର ଉଦ୍ଘାଟନ କରିବା ସହ ବିଜେପି କାର୍ଯ୍ୟାଳୟରେ ଏକ ସାଂଗଠନିକ ବୈଠକରେ ଯୋଗଦେଇଥିଲେ । ସାଲେପୁରର ଭାତପଡ଼ାଠାରେ ବିଜେପି କାର୍ଯ୍ୟାଳୟ ପରିସରରେ ସାଲେପୁରର ବିଜେପି ନେତା ଅରିନ୍ଦମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଯୋଗଦେଇ ବିଜେପି ସଂଗଠନକୁ କିଭଳି ଅଧିକରୁ ଅଧିକ ସୁଦୃଢ଼ କରାଯିବ ଅନୁଷ୍ଠିତ ବୈଠକରେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ପରାମର୍ଶ ଦେବା ସହ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବାପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ପୂର୍ବତନ କଟକ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ସତ୍ୟବାଦୀ ଚଇନି, ବରିଷ୍ଠ ବିଜେପି ନେତା କୁଂଜମୋହନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ସଂପର୍କରେ ସାଲେପୁର ନେତା ଅରିନ୍ଦମ ରାୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ଖାଲିଥିବା ଡାକ୍ତର ପଦବୀକୁ ପୂରଣ କରିବା ସହ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।