କପିଳାସରେ ୨ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ

 ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲାର  ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ଚଳିତ ମାସର  ତୃତୀୟ ସୋମବାରରେ ଦୁଇ ଲକ୍ଷରୁ ଉର୍ଦ୍ଧ କାଉଡିଆ ଭକ୍ତ ମାନଙ୍କର ଭିଡ଼କୁ  ଦୃଷ୍ଟିରେ ରଖି ଦେବାତ୍ତର ବିଭାଗ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । କାଉଡିଆ ଭକ୍ତ ଯେପରି କୌଣସି ଅଘଟଣ ନଘଟୁ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ତୃତୀୟ ସୋମବାର କାଉଡିଆ ଭକ୍ତ ମାନେ କାହିଁ କେତେ ଦୂରରୁ ନଦୀ ମାନଙ୍କରୁ ପୂଜା ଆର୍ଚ୍ଚନା କରି ପବିତ୍ର ଜଳ  ବାହୁଙ୍ଗୀରେ ବୋଲ ବମ ହରେ ହରେ ବମ ଉଚ୍ଚାରଣ କରି ପୀଠକୁ ଆସିଛନ୍ତି  । ପ୍ରସିଦ୍ଧ ଶୈବ ପୀଠ କପିଳାସର ବାବା ଚନ୍ଦ୍ରଶେଖରଙ୍କ ଠାରେ ଶ୍ରାବଣୀ ଜଳ ଲାଗି ଶନିବାର ଦିନଠାରୁ ଛୋଟ ଠାରୁ ଆରମ୍ଭକରି ପୁରୁଷ, ମହିଳା କାଉଡିଆ ଭକ୍ତ ମାନେ କାନ୍ଧରେ ପାଣିଭାର ଧରୀ କପିଳାସ ଅଭିମୁଖେ ଚାଲିଛନ୍ତି  ।ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଜଳଧରି ଲମ୍ବା ଧାଡି ଲାଗି ରହିଛି  । ଦେବୋତ୍ତର ବିଭାଗ ପକ୍ଷରୁ ଭକ୍ତ ମାନଙ୍କର ବିଶ୍ରାମ ପାଈଁ ୫ ଗୋଟି ଅସ୍ଥାୟୀ ବିଶ୍ରାମ ସ୍ଥଳୀ କରାଯାଇଛି ତତ ସହିତ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି  । ରାତ୍ରି ୧୨ ଟା ଠାରୁ ଜଳଲାଗି ପ୍ରକ୍ରିୟା ଆରମ୍ବ ହେବ  । ବୃଷବଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ମନ୍ଦିର ଠାରେ ଥିବା ଶିବ ପାର୍ବତୀ, ଶ୍ରାବଣୀ ଲିଙ୍ଗରେ ଜଳଲାଗି  ହେବ  । ଭୋର ସମୟରେ ଠାକୁରଙ୍କର ରୀତିନୀତି ଅନୁଯାଇ ମଙ୍ଗଳ ଆଳତି ମଇଲମ ନୀତି ସୂର୍ଯ୍ୟ ପୂଜା ଆଦି ସମ୍ପନ୍ନ ପରେ ଭକ୍ତ ମାନଙ୍କର ଦର୍ଶନ ପାଈଁ ମନ୍ଦିର ଦ୍ୱାରା ଖୋଲା ଯିବ, ସିଂହଦ୍ୱାର ଠାରୁ ଧାଡିରେ ଠିଆ ହୋଇ ଭକ୍ତ ମାନେ ଠାକୁର ଙ୍କର ଦର୍ଶନ ସୁବିଧାରେ କରିବେ ତାହାର ବ୍ୟବସ୍ଥା କରାଯାଇଥିବା ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି  ।