ପାଣିରେ ବୁଡି ୨ ଛାତ୍ରୀଙ୍କ ମୃତୁ୍ୟ
କେନ୍ଦୁଝର : ଘଟଗାଁ ବ୍ଲକ ଅନ୍ତର୍ଗତ ନାକଝରି ଗ୍ରାମ ନିକଟସ୍ଥ ଏକ ଗଡିଆରେ ୨ ଛାତ୍ରୀଙ୍କର ପାଣିରେ ବୁଡି ମୃତୁ୍ୟ ହୋଇଛି । ଖବରରୁ ପ୍ରକାଶ ଅଜୟ କୁମାର ବଳଙ୍କ ୬ ବର୍ଷର ଝିଅ ଅମ୍ରିତା ବଳ ଓ ଚନ୍ଦ୍ର ମୋହନ ନାଏକଙ୍କ ୭ ବର୍ଷର ଝିଅ ଭୂମିକା ନାଏକ ସ୍କୁଲରୁ ଫେରି ଖେଳିବାକୁ ଯାଇ ଗଡିଆରେ ପଡି ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ଖୋଜା ଖୋଜି କରିବା ପରେ ପାଣି ଗାଡିଆରେ ଭାସୁଥିବା ଦେଖିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ପାଇଁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତୁ୍ୟ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଖବର ପାଇଁ ବିଜେପି ନେତା ଶମ୍ଭୁନାଥ ରାଉତ, ରାଜେନ୍ଦ୍ର କୁମାର ପଟ୍ଟନାୟକ, ସମାଜସେବୀ ସଞ୍ଜୟ କୁମାର ମିଶ୍ର, ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ପହଞ୍ଚି ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଥିଲେ । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ ତଦନ୍ତ ଆରମ୍ବ କରିଛି ।