ଶିକ୍ଷକ ଓ କର୍ମଚାରୀ  ସମନ୍ୱୟ ସମିତିର ଦାବିପତ୍ର 

 ସମ୍ବଲପୁର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ବିଭିନ୍ନ ଦାବିରେ ଓଡ଼ିଶାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପ୍ରଥମ ପର୍ଯ୍ୟାୟ ଆନେ୍ଦାଳନ ପରିପ୍ରେକ୍ଷୀରେ ସଦର ବ୍ଲକ୍ ସମନ୍ୱୟ ସମିତି ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବଙ୍କ ଉଦେ୍ଦଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପୁରୁଣା ପେନସନ ପ୍ରଦାନ, ଅବସର ବୟସସୀମା ୬୦ ରୁ ୬୨କୁ ବୃଦ୍ଧି, ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ଗ୍ରେଡ୍ ପେରେ ଥିବା ଅସଂଗତି ଦୂରିକରଣ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ୬ ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରୁଣା ପେନସନ ପ୍ରଦାନ ଆଦି ଉଲ୍ଲେଖ ରହିଛି । ଦାବିପତ୍ର ପ୍ରଦାନ ସମୟରେ ଓଷ୍ଟାର ଧନକଉଡ଼ା ବ୍ଲକ୍ ସଂପାଦକ ଆନନ୍ଦ ଡନସନା, ସମନ୍ୱୟ ସମିତିର ୬୬୨ କଲେଜ କର୍ମଚାରୀଙ୍କ ତରଫରୁ ଲମ୍ବୋଦର ପାଢ଼ୀ, ଆନନ୍ଦ ଚନ୍ଦ୍ର ପତି, ବ୍ଲକ ଓଷ୍ଟାର ଉପସଭାପତି ସଞ୍ଜୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।