ନବୀନ ଓ ରାହୁଲଙ୍କ କୁଶପୁତ୍ତଳିକା ଦାହ
ପୁରୀ : ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ମହିଳା ନିର୍ଯାତନାକାରୀ ଅମରେଶ ଜେନା ଓ ଉଦିତ୍ ପ୍ରଧାନଙ୍କୁ ଧିକ୍କାର କରିବା ସହ ବିଜେପି ପକ୍ଷରୁ କଂଗ୍ରେସର ନେତା ରାହୁଲ ଗାନ୍ଧୀ, ବିଜେଡ଼ି ନେତା ନବୀନ ପଟ୍ଟନାୟକ ଏବଂ ରାଜ୍ୟ କଂଗ୍ରେସ ନେତା ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେପିର ଜିଲ୍ଳା ସଭାପତି ଡ଼ା. ଦେବେନ୍ଦ୍ର ନାଥ ତରେଇଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ବିଜେପି କର୍ମୀ ଓ ନେତାମାନେ ଯୋଗଦାନ କରି କଂଗ୍ରେସ ଓ ବିଜେଡ଼ି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ବିଜେଡ଼ି ସରକାର ଅମଳରେ ଘଟିଥିବା ନାରୀ ନିର୍ଯାତନା ସଂପର୍କରେ ବିଜେପି ପକ୍ଷରୁ ନେତାମାନେ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଳା ସାଧାରଣ ସଂପାଦକ ଉମାକାନ୍ତ ନାୟକ, ଦେବପ୍ରସାଦ ସ୍ୱାଇଁ, ଯୁବ ସଭାପତି ଜୟନ୍ତ କୁମାର ଦାସ, ରବି ଦାଶ, ଚିତ୍ତ ବିଶ୍ୱାଳ, ସୋମନାଥ ଦାସ, ମଣ୍ଡଳ ସଭାପତି ବିରଞ୍ଚô ନାରାୟଣ ମିଶ୍ର, ଅଜୟ ଦାସ, ଦୁର୍ଗାପ୍ରସାଦ ପରିଡ଼ା, ରାଜକିଶୋର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।