ବ୍ରାହ୍ମଣୀ ଜଳ ପାଲଟିଛି ଜହର : ପ୍ରତିକାର ନାହିଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ
ତାଳଚେର : କେଉଁ ଆବାହମାନ କାଳରୁ ଚିରୋସ୍ରୋତା ବ୍ରାହ୍ମଣୀ ନଦୀ ତାଳଚେର ସହର ଦେଇ ଯାଇଛି । ପୂର୍ବେ ଏହି ନିର୍ମଳଜଳକୁ ଲୋକେ ବିଭିନ୍ନ ପାତ୍ର ମାଧ୍ୟରେ ଘରକୁ ଆଣି ନିଦ୍ୱନ୍ଦ୍ୱରେ ବ୍ୟବହାର କରୁଥିଲେ । ଏବେ ଏହା ପାଲଟିଛି ଜହର । ନଦୀର ଉଭୟ ପଶ୍ୱର୍ରେ ବିଭିନ୍ନ ଔଷଧୀୟ ବୃକ୍ଷର ଚେରମୂଳ ସଂସ୍ପର୍ଶରେ ଆସି ଏହି ଚିରୋସ୍ରୋତା ନଦୀର ଜଳ ପ୍ରଭାହିତ ହୋଇଥାଏ । ଏହି ଜଳରେ ଔଷଧୀୟ ଗୁଣଥିବାରୁ ଲୋକେ ଏହାକୁ ବ୍ୟବହାର କରୁଥିଲେ ଓ ଆରୋଗ୍ୟ ମଧ୍ୟ ହେଉଥିଲେ । ମାତ୍ର ଏବେ ଏହି ଜଳ ସାଜିଛି ଜହର । ରେଙ୍ଗାଳି ନଦୀବନ୍ଧ ନିର୍ମାଣକରି ବିଦୁ୍ୟତ୍ ପ୍ରକଳ୍ପ ଆରମ୍ଭ କରିବା ଦିନଠାରୁ ଏଥିରେ ବ୍ୟବହୃତ ରାସାୟନିକ ତୈଳ ଓ ରେଙ୍ଗାଳୀ କଲୋନୀର ସମସ୍ତ ନାଳନର୍ଦ୍ଦମା ପାଣି, କମ୍ପାନୀରୁ ନିର୍ଗତ ପାଉଁଶ ବ୍ରାହ୍ମଣୀନଦୀରେ ମିଶୁଛି । ସହରରେ ଆବର୍ଜନା ଜଳ ଏବଂ ବର୍ଷାଜଳରେ କୋଇଲା ଗୁଣ୍ଡ ମିଶ୍ରିତ ମାଟିକାଦୁଅ ତୈଳପଦାର୍ଥ ଭାସିଆସି ନଦୀ ଜଳରେ ମିଶୁଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସହରର ସମସ୍ତ ଡ୍ରେନ୍ନର ଜଳ ଗୋଟାଏ ଧାରାରେ ଯାଇ ଏହି ଜଳକୁ ସ୍ୱରାଜବୋର୍ଡ ପକ୍ଷରୁ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟରେ ବିଶୁଦ୍ଧ କରି ଛାଡିବା ପରିବର୍ତ୍ତେ ଦୀର୍ଘ ୧୫ବର୍ଷ ବ୍ୟାପୀ ଏହି ବହୁଅର୍ଥ ବ୍ୟୟରେ ପ୍ଲାଣ୍ଟଟି ଅଧାଗଢ଼ା ଅବସ୍ଥାରେ ପଡି ରହିଛି । ଯାହା ଫଳରେ ସମସ୍ତ ଡ୍ରେନର ଆବର୍ଜନା ଜଳ ଯାଇ ସିଧାସଳଖ ମିଶିବା ଦ୍ୱାରା ଏବେ ନଦୀ ଜଳ ସାଜିଛି ଜହର ବୋଲି ଅଭିଯୋଗ ଲୋକେ ଅଭିଯୋଗ କରିଛନ୍ତି । ଏଥିନେଇ ନଦୀରେ ରହୁଥିବା ଜଳଚର ପ୍ରାଣୀଙ୍କର ବଂଶଲୋପ ପାଇବା ଫଳରେ ମସôଜୀବୀମାନେ ମଧ୍ୟ ସେମାନେ ଜୀବୀକା ହରାଇ ବସିଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗପକ୍ଷରୁ ନଦୀଖଣ୍ଡିରେ ପମ୍ପହାଉସ୍ ନିର୍ମାଣ କରି ଏହି ନଦୀଜଳକୁ ବିଶୋଧନ ନକରି ପାଇପ ଯୋଗେ ନଦୀରୁ ସିଧାସଳଖ ସହରବାସୀଙ୍କୁ ଜଳ ଯୋଗାଇ ଦେଉଛନ୍ତି । ଯାହା ଫଳରେ ଏହି ଜଳ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗର ଶୀକାର ହେଉଛନ୍ତି ସହରବାସୀ । ପୌରପରିଷଦ ୱାର୍ଡଗୁଡିକରେ ଆବଶ୍ୟକ ସ୍ଥଳେ ଓଭରହେଡ ଟାଙ୍କି ନଥିବାରୁ ଗ୍ରୀଷ୍ମଋତୁରେ ନାହିଁ ନଥିବା ଜଳକଷ୍ଟ ଦେଖା ଦେଉଛି ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟଜନକ ବିଷୟ ପାଲଟିଛି । ତେବେ ରାଜ୍ୟ ସରକାର ସ୍ୱଚ୍ଛଜଳ ଯୋଗାଇ ଦେବାକୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋର୍ଡ ମାରି ଡିମଡିମ ପିଟୁଥିବା ବେଳେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଆଜି ପର୍ପ୍ୟନ୍ତ ଏହାର ସୁଧାର ଆସିପାରୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେବେ ସରକାର ପରେ ସରକାର ବଦଳୁଛି କିନ୍ତୁ ସମସ୍ୟା ବଦଳୁନି । ଲୋକେ କେବେ ଏପରି ସମସ୍ୟାରୁ ମୁକ୍ତି ପାଇବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।