ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ଏଡିଇଓ ନିଲମ୍ବିତ

କେନ୍ଦ୍ରାପଡା : ରାଜକନିକା ବ୍ଲକ ତ୍ରିଲୋକ୍ୟପୁର ଗ୍ରାମ ପଞ୍ଚାୟତରେ ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ତ୍ରିଲୋକ୍ୟପୁର ଏଡିଇଓ( ଏକାଉଣ୍ଟ -କମ- ଡାଟା ଏଣ୍ଟ୍ରି ଅପରେଟର) କଳ୍ପନା ଲେଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର ଆୟର । ପ୍ରକାଶ ଥାଉ କି, କଳ୍ପନା ଲେଙ୍କା ହିତାଧିକାରୀଙ୍କ ଭତ୍ତାଟଙ୍କା ବାବଦକୁ ୧ ଲକ୍ଷ ୧୬ ହଜାର ଟଙ୍କା ହେରଫେର କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଭତ୍ତାଟଙ୍କା ହେରଫେର କରୁଥିବା ନେଇ ହିତାଧିକାରୀ ମାନେ ବିଡିଓ ରାଜକନିକାଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତରୁ ଭତ୍ତା ଟଙ୍କା ହେରଫେର କରିଥିବା ସ୍ପଷ୍ଟ ହୋଇଥିଲା । ବର୍ତ୍ତମାନ ସେ ବରଡିଆ ପଞ୍ଚ଼ାୟତରେ କାର୍ଯ୍ୟରତ ଅଛନ୍ତି ।