ପୁଣି ନିଆଁରେ ଜଳିଗଲେ କଲେଜ ଛାତ୍ରୀ

ପୁଣି ନିଆଁରେ ଜଳିଗଲେ କଲେଜ ଛାତ୍ରୀ

ରାଉରକେଲା : ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେରଣା ଅଞ୍ଚଳରେ ଅଘଟଣ । ନିଆଁରେ ଜଳିଗଲେ ନାବାଳିକା । ଦେହର ୯୦ ପ୍ରତିଶତ ଅଂଶ ପୋଡିଯାଇଥିବାରୁ ଅବସ୍ଥା ସଂକଟାପନ୍ନ  ରହିଛି । ଛାତ୍ରୀ ଜଣଙ୍କ ଯୁକ୍ତ ତିଦିରେ ପଢ଼ୁଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ତୁରନ୍ତ ରାଉରକେଲା ସ୍ଥିତ ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। 

 

     ଖବର ଅନୁଯାୟୀ, ଶୁକ୍ରବାର ରାତିରେ ନାବାଳିକା ଜଣଙ୍କ ଖାଇ ସାରି ଶୋଇଥିଲେ । ଏହି ସମୟରେ ହଠାତ୍‌ ଚିତ୍କାର ଶୁଣିଥିଲେ ପରିବାର ଲୋକେ । ଯାହାପରେ ପରିବାର ଲୋକେ ତୁରନ୍ତ ଦୌଡି ଯାଇ ଦେଖନ୍ତି ତ ନାବାଳିକାଙ୍କ ଦେହରେ ନିଆଁ ଲାଗିଛି। ଏହାପରେ ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ପରିବାର ଲୋକ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ନାବାଳିକାଙ୍କ ଦେହର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ତୁରନ୍ତ ରାଉରକେଲା ସ୍ଥିତ ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନାବାଳିକାଙ୍କ ଦେହରେ ନିଆଁ କେମିତି ଲାଗିଲା, ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଏବଂ ନାବାଳିକାଙ୍କ ବୟାନ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଅନ୍ୟବଟେ ଛାତ୍ରୀଙ୍କ ପୁରୁଷ ବନ୍ଧୁକୁ ଅଟକ ରଖିଛି ପୁଲିସ ।