ହୀରାକୁଦରେ ବୀଭତ୍ସ ହତ୍ୟା
ସମ୍ବଲପୁର : ଆଜି ରାତିରେ ହୀରାକୁଦ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏଚଆଇଡବ୍ଳ୍ୟୁ ଛକରେ କାଳୁ ବାହାଦୁର ନାମକ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାକୁ ହତ୍ୟା ପରେ ଲହୁ ଲୁହାଣ ଶବ ବିଚ ରାସ୍ତା ଉପରେ ପଡ଼ିରହିଛି । ଫଳରେ ପାରିପାର୍ଶ୍ୱିକ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ନିଜ ଧନ ଜୀବନକୁ ଆଦୌ ସୁରକ୍ଷିତ ମଣୁନାହାନ୍ତି । ଅପରାଧିକ କାର୍ଯ୍ୟକଳାପରେ ଜଡିତ କାଳୁ ବାହାଦୂରକୁ କିଏ କେଉଁ ପରିସ୍ଥିତିରେ ହତ୍ୟା କଲା ଯଦିଓ ସ୍ପଷ୍ଟ ହୋଇନାହିଁ, ପୁଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି । ନିହତ କାବୁ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ପ୍ରକାଶ । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଅନୈତିକ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଙ୍ଗୀନ ଅପରାଧ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ରୋକିବା ପାଇଁ ଦାବି ହେଉଛି ।