ଖଣି ଖନନକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହେବାକୁ ଥିବା ସିଜି ମାଳି ଖଣି ଉତ୍ତୋଳନକୁ ନେଇ କାଶୀପୁର ବ୍ଲକ ସିଜି ମାଳି ଅଞ୍ଚଳ ଶୁଙ୍ଗେର, ସିନ୍ଦୁରଘାଟି ଓ ଅଡାଜର ଗ୍ରାମପଞ୍ଚାୟତରୁ ଏକ ହଜାରରୁ ଊଦ୍ଧ୍ୱର୍ ଲୋକେ ତୁରନ୍ତ ଖଣି ଖନନ କାର୍ଯ୍ୟ ଆରମ୍ଭ କରାଯିବାକୁ ନେଇ ରାୟଗଡା ଜିଲ୍ଲାପାଳ ଓ କୋରାପୁଟ ସଂସଦଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କାଶୀପୁର ଅଞ୍ଚଳରେ ବର୍ତ୍ତମାନ ଦୁଇ ଦୁଇଟି କାରଖାନା ଚାଲି ଥିବାବେଳେ କାଶୀପୁର ବ୍ଲକର ଅଧିକାଂଶ ଲୋକଙ୍କ ଆର୍ôଥକ ଉନ୍ନତି ହୋଇଥିବା ସହ ଅଂଚଳବାସୀଙ୍କୁ ରୋଜଗାର ଯୋଗାଇ ଦେବାରେ ଉଭୟ ଶିଳ୍ପାନୁଷ୍ଠାନ ସକ୍ଷମ ହୋଇଛି । ଅନ୍ୟପଟେ ଅର୍ଥାତ୍ କାଶୀପୁର ବ୍ଲକର ଶୁଙ୍ଗେର ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଦାଦନ ଦୁଃଖ ସରୁନାହିଁ । ସାଧାରଣତଃ ଏହି ଅଞ୍ଚଳରୁ ପ୍ରାୟ ୧୧ଟି ପଞ୍ଚାୟତର ଲୋକେ ରୋଜଗାର ନ ପାଇ ଦାଦନ ଖଟିବାକୁ ପ୍ରାୟ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ କାଳ ହେବ କେରଳ, ତାମିଲନାଡୁ, ଚେନ୍ନାଇ, କର୍ଣ୍ଣାଟକ, ମାଡ୍ରାସ ଓ ଆନ୍ଧ୍ର ଭଳି ରାଜ୍ୟ ଉପରେ ନିର୍ଭର କରି ଆସୁଛନ୍ତି । ହେଲେ ବିଭିନ୍ନ ସମୟରେ ଅନେକଙ୍କ ଅକାଳ ମୃତ୍ୟୁ ବାହାର ରାଜ୍ୟରେ ହେଉଛି । ତେଣୁ ସିଜି ମାଳି ଖଣି ଖନନ ପ୍ରକିୟା ତୁରନ୍ତ ତ୍ୱରାନ୍ୱିତ ହେଲେ ମୁଖ୍ୟତଃ ଅଞ୍ଚଳବାସୀ ଦାଦନ ଦୁଃଖରୁ ମୁକୁଳିପାରିବେ ଏବଂ ଏହି ଅଞ୍ଚଳରେ ରୋଜଗାର ମିଳିବା ସହ ଲୋକଙ୍କ ଆର୍ôଥକ ସମ୍ବଳ ସୁଦୃଢ ହେବ ବୋଲି ଦାବି କରାଯାଇଛି । ଏ ନେଇ ଶୁଙ୍ଗେର, ସିଂଦୁରଘାଟି ଓ ଆଡାଜର ପଞ୍ଚାୟତ ସିଜି ମାଳି ଅଞ୍ଚଳବାସୀ ସାଂସଦ ଏବଂ ଜିଲ୍ଲାପାଳଙ୍କୁ ସିଜି ମାଳି ଖଣି ଖନନ ସମର୍ଥନରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।